ମେ’ ଶେଷରେ ଭାରତରୁ ବିଦାୟ ନେବ କରୋନା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 27, 2020

ମେ’ ଶେଷରେ ଭାରତରୁ ବିଦାୟ ନେବ କରୋନା!

ସିଙ୍ଗାପୁର: ଭାରତରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମଣ ବଢ଼ିବାରେ ଲାଗିଛି। ହେଲେ ଏହାରି ଭିତରେ ଦେଶ ପାଇଁ ଏକ ଆଶାର କିରଣ ଦେଖାଦେଇଛି। ମେ’ ୨୧ ସୁଦ୍ଧା କରୋନା ଦାଉରୁ ଦେଶ ରକ୍ଷା ପାଇବ ବୋଲି ପୂର୍ବାନୁମାନ କରାଯାଉଛି। ଆର୍ଟିଫିସିଆଲ୍ ଇନଟେଲିଜେନ୍ସ (ଏଆଇ) ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଗବେଷଣା କରି ସିଙ୍ଗାପୁର ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜୀ ଆଣ୍ଡ୍ ଡିଜାଇନ୍(ଏସୟୁଟିଡି) ଏହି ଭବିଷ୍ୟବାଣୀ କରିଛି।

ଏସୟୁଟିଡିର ଭବିଷ୍ୟବାଣୀ ଅନୁଯାୟୀ, ମେ’ ୨୧ ସୁଦ୍ଧା ଭାରତରେ କୋଭିଡ୍-୧୯ ମାମଲା ୯୭% ଶେଷ ହୋଇପାରେ। କେବଳ ଏତିକି ନୁହେଁ ଏସୟୁଟିଡି ଆହୁରି ମଧ୍ୟ କହିଛି ଯେ, ଭାରତ ସମେତ କିଛି ନିର୍ଦ୍ଦିଷ୍ଟ ଦେଶରୁ ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ଖୁବଶୀଘ୍ର ଶେଷ ହୋଇଯିବ। ତେବେ ଏହି ଭବିଷ୍ୟବାଣୀ ଏପ୍ରିଲ୍ ୨୪ ସୁଦ୍ଧା ସଂଗ୍ରୃହିତ ତଥ୍ୟ ଉପରେ ଆଧାରିତ।

ୟୁନିଭର୍ସିଟି ଓ୍ୱେବସାଇଟରେ ପ୍ରଦତ୍ତ ତଥ୍ୟ ଆକାଳନ ଅନୁଯାୟୀ, ଭିନ୍ନ ଭିନ୍ନ ଦେଶର କରୋନା ସନ୍ଦୀଗ୍ଧ-ସଂକ୍ରମିତ-ସୁସ୍ଥ ବା ଏସ୍ଆଇଆର୍ (ସସେପ୍ଟିବଲ୍-ଇନଫେକ୍ଟେଡ୍-ରିକଭରଡ୍) ମଡେଲକୁ ପୁଙ୍ଖାନୁପୁଙ୍ଖ ବିଶ୍ଲେଷଣ କରି ଏହି ଭବିଷ୍ୟବାଣୀ କରାଯାଇଛି। ଏଥିରେ ସାରା ଦୁନିଆରେ ମହାମାରୀ ସଂକ୍ରମଣର ଜୀବନ ଚକ୍ର ଏବଂ ଏହାର ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ତାରିଖଗୁଡ଼ିକ ଉପରେ ଗଭୀର ଅନୁଧ୍ୟାନ କରାଯାଇଛି।

‘ଆଓ୍ୱାର ଓ୍ୱାର୍ଲ ଇନ୍ ଡାଟା’ଠାରୁ ତଥ୍ୟ ‘ମିଲନ୍ ବାଟିଷ୍ଟା’ଠାରୁ କୋଡ୍ ଏବଂ ରୋଗ ସଂକ୍ରମଣ ନେଇ ଏସ୍ଆଇଆର୍ ମଡେଲ ପ୍ରୟୋଗ କରି ଏହି ଅନୁଧ୍ୟାନ କରାଯାଇଛି। ବିଭିନ୍ନ ଦେଶରେ ମହାମାରୀ କେବେ ଶେଷ ହେବ ସେନେଇ ପୂର୍ବାନୁମାନ କରିବାକୁ ‘ଦି ଡିଫରେନ୍ସିଆଲ୍ ଇକ୍ୱେସନ ମଡେଲ୍’ର ପ୍ରୟୋଗ କରାଯାଇଛି।

ତେବେ ଭାରତ ବ୍ୟତୀତ ଅନ୍ୟ ଦେଶ ତଥା ବିଶ୍ୱ ପାଇଁ ମଧ୍ୟ ଏସୟୁଟିଡି କୋଭିଡ୍-୧୯ ଶେଷ ହେବା ନେଇ ଭବିଷ୍ୟବାଣୀ କରିଛି। ଏହାର ଆକଳନ ଅନୁଯାୟୀ, ସିଙ୍ଗାପୁରରେ ମେ’୫ ଯାଏଁ କୋଭିଡ୍-୧୯ ବ୍ୟାପିବ ଏବଂ ଜୁନ୍ ୪ ସୁଦ୍ଧା ଏହା ୯୭% ଶେଷ ହୋଇଯିବ।

ସେହିପରି ଆମେରିକା ପାଇଁ ମଧ୍ୟ ଏସୟୁଟିଡି ଭବିଷ୍ୟବାଣୀ କରିଛି। ଆକଳନ ଅନୁଯାୟୀ, ଆମେରିକାରେ ମେ’ ୧୧ ସୁଦ୍ଧା ୯୭% ମହାମାରୀ ଏଠାରେ ଶେଷ ହୋଇଯିବ। ତେବେ ଇଟାଲୀ ମେ’୭ ସୁଦ୍ଧା ୯୭% କୋଭିଡ୍-୧୯ ଦାଉରୁ ମୁକ୍ତି ପାଇଯିବ ଏବଂ ଇରାନରେ ମେ’ ୧୦ ସୁଦ୍ଧା ଶେଷ ହେବ। ଏହି କ୍ରମରେ ତୁର୍କୀରେ ମେ’ ୧୫, ୟୁକେରେ ମେ’ ୯, ସ୍ପେନରେ ମେ’ ପ୍ରଥମ ଆରମ୍ଭରେ ଏବଂ ଫ୍ରାନ୍ସରେ ମେ’ ୩ ସୁଦ୍ଧା କରୋନା ଭୂତାଣୁ ସଂକ୍ରମଣ ଶେଷ ହୋଇଯିବ। ଅନ୍ୟପଟେ ଜର୍ମାନୀରେ ଏପ୍ରିଲ୍ ୩୦ ଓ କାନାଡାରେ ମେ’ ୧୬ରେ ବିଶ୍ୱ ମହାମାରୀ ସଂକ୍ରମଣ ଶେଷ ହୋଇଯିବ ବୋଲି ଏସୟୁଟିଡି ଭବିଷ୍ୟବାଣୀ କରିଛି।



from Odisha Reporter https://ift.tt/3bITpDE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages