ମୁମ୍ବାଇ: କରୋନା ଭାଇରସ୍ ଯୋଗୁ ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଓ ଅସହାୟ ଲୋକମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ଆଉ ଏଭଳି ଏକ ସମୟରେ ଅନେକ ଲୋକ, ଅନୁଷ୍ଠାନ ତଥା ସଂଗଠନ ଗରିବ ଲୋକଙ୍କୁ ଦୁଇ ବେଳା ଦୁଇ ମୁଠା ଖାଦ୍ୟ ଦେବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ବଲିଉଡ୍ ଅଭିନେତା ବରୁଣ ଧୱନ୍। ସେ ‘ପିଏମ୍ କେୟାରସ୍’ ଫଣ୍ଡ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ କରିଛନ୍ତି। ତା’ସହିତ ଗରିବ ଓ ଜରୁରୀ ସେବାରେ ନିୟୋଜିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେଇଛନ୍ତି। ତେବେ ଏତିକିରେ ସେ ବସି ଯାଇ ନାହାନ୍ତି।
@fwice_mum thanks @Varun_dvn for donating towards the daily wage workers of the entertainment industry.
Nearly 5 lakh cine workers, belonging to 32 crafts, wish him a very Happy Birthday. #HappyBirthdayVarunDhawan #FWICEFightsCorona pic.twitter.com/ix03reYQgd— Ashoke Pandit (@ashokepandit) April 24, 2020
ସୂଚନା ଅନୁଯାୟୀ, ବରୁଣ ୫ ଲକ୍ଷ ଦିନ ମଜୁରିଆଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ତାଙ୍କ ତରଫରୁ ଏ ନେଇ କିଛି ସୂଚନା ଦିଆଯାଇ ନ ଥିଲେ ହେଁ, ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE)ର ସଭାପତି ଅଶୋକ ପଣ୍ଡିତ ଏହି ବିଷୟରେ କହିଛନ୍ତି। ସେ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି FWICE ତରଫରୁ ବରୁଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅଶୋକ ପଣ୍ଡିତ କହିଛନ୍ତି ଯେ ବରୁଣ ଧୱନଙ୍କ ଦ୍ୱାରା କରାଯାଇଥିବା ଅର୍ଥ ଦାନ ଦ୍ୱାରା ପ୍ରାୟ ୫ ଲକ୍ଷ ସିନେ ୱାର୍କର୍ସଙ୍କୁ ସାହାଯ୍ୟ କରାଯିବ।
ସୋଶାଲ୍ ମିଡିଆରେ ବରୁଣଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଉଛି।
from Odisha Reporter https://ift.tt/3eTpfj3
No comments:
Post a Comment