ଅନୁଗୋଳ (ବିରଜା ପ୍ରସାଦ ଦାସ): ଏମିତି ବି ଆସେ ମୃତ୍ୟୁ। ସ୍ୱାମୀ ସ୍ତ୍ରୀ ଶୋଇଥିଲେ। ହେଲେ ଭୁଶୁଡ଼ି ପଡ଼ିଲା ପାଚେରି। ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁରେ ଗତକାଲି ଦୁଃଖଦ ଘଟଣା ଘଟିଛି। କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସଦାନନ୍ଦ ବେହେରା। ତାଙ୍କ ସ୍ତ୍ରୀ ବେବି ବେହେରାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ସଦାନନ୍ଦଙ୍କ ଘରକୁ ଲାଗି ଆଲମିରା ତିଆରି ଫ୍ୟାକ୍ଟ୍ରିର ପାଚେରି ରହିଛି। ଗତକାଲି ସ୍ୱାମୀସ୍ତ୍ରୀ ଘରେ ଥିଲା ବେଳେ ଏହି ପାଚେରିଟି ଘର ଉପରେ ଭୁଶୁଡ଼ି ପଡ଼ିଥିଲା। ସଦାନନ୍ଦ ଓ ତାଙ୍କ ସ୍ତ୍ରୀ କାନ୍ଥ ତଳେ ଚାପି ହୋଇଯାଇଥିଲେ। ପଡ଼ୋଶୀମାନେ ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସଦାନନ୍ଦଙ୍କର ଗତକାଲି ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଡାକ୍ତରଖାନା ଚିକିତ୍ସାଧୀନ ଅଛନ୍ତି।
from Odisha Reporter https://ift.tt/2V7XWZB
No comments:
Post a Comment