ଆଇସୋଲେସନରେ ମୌଲାନା, ହେଲେ ଧରିବା ପାଇଁ ଟିମ୍‌ ଗଠନ କରିଛି ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ଆଇସୋଲେସନରେ ମୌଲାନା, ହେଲେ ଧରିବା ପାଇଁ ଟିମ୍‌ ଗଠନ କରିଛି ପୁଲିସ

ନୂଆଦିଲ୍ଲୀ: ନିଜାମୁଦ୍ଦିନ ମରକାଜର ମୁଖ୍ୟ ମୋଲାନା ସାଦ କାନ୍ଧଲଭିଙ୍କ ନାଁରେ ପୁଲିସ୍‌ ଏଫଆଇଆର ରୁଜୁ କରିଛି। ସେ ବେଆଇନ ଭାବେ ମସଜିଦରେ ଧାର୍ମିକ କାର୍ଯ୍ୟକ୍ରମ କରିଥିବା ଅଭିଯୋଗରେ ପୁଲିସ ଏଭଳି ମାମଲା ରୁଜୁ କରି ତାଙ୍କୁ ଧରିବାକୁ ଉଦ୍ୟମ କରୁଛି।

ପୁଲିସ୍‌ ତାଙ୍କୁ ଫେରାର ଥିବା ଗଣମାଧ୍ୟମରେ ଦର୍ଶାଇବା ସହ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ତାଙ୍କୁ ଧରିବା ପାଇଁ ଧରପଗଡ଼ କରୁଛି ବୋଲି କହିଛି। ହେଲେ ମୌଲାନା ଏକ ଭିଡିଓ ଜାରି କରି ସେ ଆଇସୋଲେସନରେ ଥିବା କହିଛନ୍ତି। ସେ ଭିଡିଓ ଜାରି କରି ଅନୁଗାମୀମାନଙ୍କୁ ମଧ୍ୟ ଘରେ ରହି ସରକାରଙ୍କ ନିୟମ ପାଳନ କରିବାକୁ କହିଛନ୍ତି।

ଗତ ମାସରେ ନିଜାମୁଦ୍ଦିନରେ ଥିବା ବଙ୍ଗଲାୱାଲି ମସଜିଦରେ ତାବଲିଘି ଜାମାତ ପକ୍ଷରୁ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ହଜାର ହଜାର ସଂଖ୍ୟକ ଲୋକ ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ କରୋନାରେ ଆକ୍ରାନ୍ତ ହେବା ପରେ ବିବାଦ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ୍‌ ଆକ୍ସନ ମୋଡକୁ ଚାଲି ଆସିଛି।



from Odisha Reporter https://ift.tt/2V7VB0L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages