ଅର୍ଥନୀତିରେ ସୁଧାର ପାଇଁ ରେପୋ ରେଟ୍ ହ୍ରାସ କଲା ଆରବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଅର୍ଥନୀତିରେ ସୁଧାର ପାଇଁ ରେପୋ ରେଟ୍ ହ୍ରାସ କଲା ଆରବିଆଇ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଅବଧି ବୃଦ୍ଧି କରିଛନ୍ତି। ଲକଡାଉନ୍ ପାଇଁ ଅନେକ ଶିଳ୍ପ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ପୁଣି ଥରେ ବଡ ଘୋଷଣା କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି ଯେ ରିଭର୍ସ ରେପୋ ରେଟ୍ ୦.୨୫ ପ୍ରତିଶତ କମିଛି। ଏବେ ରେପୋ ରେଟ୍ ୪ ପ୍ରତିଶତରୁ କମି ୩.୭୫ ପ୍ରତିଶତ ହୋଇଛି। ବ୍ୟାଙ୍କଗୁଡିକ ଯେପରି ଅଧିକ ଋଣ ଦେଇପାରିବେ, ତାହାକୁ ଲକ୍ଷ୍ୟ ରଖି ରିଭର୍ସ ରେପୋ ହାର କଟାଯାଇଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି। ଏହା ବ୍ୟତୀତ ବ୍ୟାଙ୍କରେ ନଗଦ ଟଙ୍କା କାରବାର ବୃଦ୍ଧି କରିବାକୁ ସେ ଘୋଷଣା କରିଛନ୍ତି। ଏବେ ବ୍ୟାଙ୍କଗୁଡିକ କୌଣସି ଡିଭିଡେଣ୍ଡ ଘୋଷଣା କରିବେ ନାହିଁ ବୋଲି ସେ କହିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଏହା ବଳବତ୍ତର ରହିବ ବୋଲି ସେ କହିଛନ୍ତି। ଅଶୋଧିତ ତେଲର ଦାମ କମିଛି। ଉତ୍ପାଦନ କମିବାରୁ ଦାମ କମିଛି ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

ଗୁରୁବାର ଆଇଏମ୍ଏଫ ବିଶ୍ୱର ବିଭିନ୍ନ ଦେଶର ଅର୍ଥନୀତିକୁ ନେଇ ଏକ ରିପୋର୍ଟ ଦେଇଥିଲା। ଯେଉଁଥିରେ କୁହାଯାଇଥିଲା କରୋନା ଭାଇରସ ସଙ୍କଟ ପରେ ୨୦୨୨ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୪ ପ୍ରତିଶତ ହୋଇପାରେ। ହେଲେ ଏବେ ଏହା କମିବ।

ଦେଶର ଅର୍ଥନୀତିର ଅଭିବୃଦ୍ଧି କରିବା ପାଇଁ ନାବାର୍ଡଙ୍କୁ ୨୫ ହଜାର କୋଟି ଟଙ୍କା, ସିଡବିକୁ ୧୫ ହଜାର କୋଟି ଟଙ୍କା ଏବଂ ହାଉସିଂ ଫାଇନାନ୍ସ ବ୍ୟାଙ୍କକୁ ୧୦ ହଜାର କୋଟି ଟଙ୍କା ଦିଆଯିବ। ଏହାଦ୍ୱାରା ଏନବିଏଫସି,ଏମଏସଏମଇ, ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଦୂର ହେବ।

ସେହିପରି ଏନପିଏ ନିୟମରେ ବ୍ୟାଙ୍କମାନଙ୍କୁ ୯୦ ଦିନର ରିଲିଫ୍ ଦେଇଛନ୍ତି। ମୋରେଟୋରିୟମ ପିରିଅଡରେ ଏନପିଏକୁ ଗଣାଯିବନି ବୋଲି ଆରବିଆଇ ଗଭର୍ଣ୍ଣର କହିଛନ୍ତି।

TLTRO-୨(Targeted Longer Term Refinancing Operations) ପଚାଶ ହଜାର କୋଟିରୁ ଆରମ୍ଭ ହେବ। ଆଜି TLTRO-୨ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିପାଇଁ ୨୫ ହଜାର କୋଟି TLTRO-୨ ରିଲିଜ୍ ହେବ। TLTRO-୨ ପାଣ୍ଠିର ୫୦% କ୍ଷୁଦ୍ର ଏବଂ ମଧ୍ୟମ NBFC କୁ ଯିବ।

କରୋନା ମହାମାରୀ ବେଳେ ଆଇଏମ୍ଏଫ୍ ଆକଳନ ଅନୁଯାୟୀ, ଜି -୨୦ ଦେଶ ମଧ୍ୟରେ ଭାରତର ଅଭିବୃଦ୍ଧି ସର୍ବୋତ୍ତମ ହୋଇପାରେ। ୨୦୨୦ରେ ବିଶ୍ୱର ଅର୍ଥନୀତି ସବୁଠୁ ମାନ୍ଦା ରହିବ ବୋଲି ସେ ଆକଳନ କରିଛନ୍ତି। କରୋନା ବେଳେ ସ୍ୱାସ୍ଥ୍ୟ କର୍ମୀ, ପୁଲିସ୍ ଏବଂ ଅନ୍ୟାନ୍ୟ ସେବା ପ୍ରଦାନକାରୀଙ୍କୁ ଏହି ଅବସରରେ ଆରବିଆଇ ଗଭର୍ଣ୍ଣର ପ୍ରଶଂସା କରିଛନ୍ତି।



from Odisha Reporter https://ift.tt/3bjhS2j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages