ଚିତ୍ର ଆଙ୍କି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଚିତ୍ରକର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଚିତ୍ର ଆଙ୍କି କରୋନା ସମ୍ପର୍କରେ ସଚେତନ କରୁଛନ୍ତି ଚିତ୍ରକର

ରାୟଗଡ଼ା(ମନୋଜ ପାତ୍ର): କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ, ବେସକାରୀ ତଥା ସ୍ୱେଚ୍ଛାସେବୀ ସ୍ତରରେ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଉ ଏହି ଲଢ଼େଇରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘର ଚିତ୍ରକରମାନେ।

ଏହି ଚିତ୍ରଶିଳ୍ପୀମାନେ ସାତ ଦିନ ହେବ ରାୟଗଡ଼ା ସହର ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଗାଁକୁ ଯାଇ କରୋନା ସମ୍ପର୍କିତ ଚିତ୍ର ଆଙ୍କୁଛନ୍ତି। ହାତ ଧୋଇବା,  ସାମାଜିକ ଦୂରତ୍ୱ ରଖିବା,  ମାସ୍କ ପିନ୍ଧିବା ଆଦି ବାର୍ତ୍ତା ସମ୍ପର୍କରେ  ଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି।

ଏହି ଚିତ୍ର ଶିଳ୍ପୀମାନେ ନିଜସ୍ୱ ଖର୍ଚ୍ଚରେ ଏହି କାମ କରୁଛନ୍ତି।  ଏହି ଅଭିଯାନ ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହେବ ବୋଲି ଚିତ୍ର ଶିଳ୍ପୀମାନେ ଆଶା ରଖିଛନ୍ତି।



from Odisha Reporter https://ift.tt/3bicf4m

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages