ପାପରୁ ମୁକ୍ତି ପାଇଁ ନିଜ ତଣ୍ଟି କାଟିଲେ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 27, 2020

ପାପରୁ ମୁକ୍ତି ପାଇଁ ନିଜ ତଣ୍ଟି କାଟିଲେ ବୃଦ୍ଧ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ପାପରୁ ମୁକ୍ତି ପାଇବା ପାଇଁ ଶିବ ମନ୍ଦିରରେ ଅଧିଆ ପଡ଼ିବା ପରେ ନିଜ ତଣ୍ଟି କାଟିଲେ ବୃଦ୍ଧ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠେଶ୍ୱର ମନ୍ଦିରରେ ଗତକାଲି ଘଟିଛି ଏପରି ଅଭାବନୀୟ ଘଟଣା।

ମୃତକଙ୍କ ନାଁ ଛବିଳ ମହାରଣା।  ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପିଚିପିଚା ନଗରରେ । ସେ ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ନୀଳକଣ୍ଠେଶ୍ୱର ମନ୍ଦିରରେ ଅଧିଆ ପଡ଼ିଥିଲେ। ପରେ ଏକ ନିହଣରେ ନିଜ ବେକ କାଟି ଦେଇଥିଲେ। ବେକ କାଟିବା ପରେ ବୃଦ୍ଧ ଜଣକମୁଁ କରିଥିବା ପାପକୁ କ୍ଷମା କରିଦିଅଏଭଳି କହି ଚିତ୍କାର କରୁଥିଲେ। 

କିଛି ଯୁବକ ତାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ଗୋଷାଣିନୂଆଗାଁ ଥାନା ଓ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପୁଲିସ ଆସି ଛବିଳଙ୍କୁ ଉଦ୍ଧାର କରି ପଚରାଉଚରା ବେଳେ ସେ ପାପ କରିଥିବା ହେତୁ ତଣ୍ଟି କାଟି କ୍ଷମା ପ୍ରାର୍ଥନା କରିଥିବା କହିଥିଲେ। ପୁଲିସ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛବିଳଙ୍କ ମୃତ୍ୟୁ ଘଟିଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସାଇଣ୍ଟିଫିକ୍ ଟିମ୍ ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ।

ପୂର୍ବରୁ ଛବିଳ ତାଙ୍କ ପରିବାର ସହ ନୟାଗଡ଼ର ଇଟାମାଟି ଅଞ୍ଚଳରେ ରହୁଥିଲେ। ସେଠାରେ କୌଣସି ଏକ ମାମଲାରେ ସେ ଛନ୍ଦି ହୋଇ ପଡ଼ିଥିଲେ। ତେବେ ପରେ ସେହି ମାମଲାରୁ ମୁକ୍ତ ହୋଇଥିବା ତାଙ୍କ ଭାଇ କହିଛନ୍ତି ।



from Odisha Reporter https://ift.tt/3bHM6fy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages