କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଜିଲ୍ଲାର ସମସ୍ତ ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ଟାରୁ ଦିନ ୧୨ଟା ଯାଏ ଖୋଲିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟବସାୟିକ ଓ ଘରୋଇ ପ୍ରତିଷ୍ଠାନ ଦିନ ୧୦ଟାରୁ ୨ଟା ଯାଏ ଖୋଲିବ।
ଗ୍ରୋସରୀ, କ୍ଷୀର, ପରିବା, ଫଳ, ଆମିଷ ଦୋକାନ ଦିନ ୧୨ଟା ଯାଏ ଖୋଲା ରହିବ। ଏଥିସହ କୋରିଅର୍, ଅନ୍ ଲାଇନ୍ ଡେଲିଭରି ସେବା ଦିନ ୨ଟା ଯାଏ ଖୋଲିବ। ସେହିପରି ଇଲ୍ରେକ୍ଟ୍ରି, ବହି, ଜେରକ୍ସ, କମ୍ପ୍ୟୁଟର, ମୋବାଇଲ୍ ଦୋକାନ, ମୋବାଇଲ୍ ରିଚାର୍ଜ, କମନ ସର୍ଭିସ୍ ସେଣ୍ଟର, ସିମେଣ୍ଟ, ଲୁହାଛଡ଼, ଚିପ୍ସ, ଇଟା, ମାର୍ବଲ, ହାର୍ଡେଓ୍ୱର ଦୋକାନ, ସାର, ପଶୁ ଖାଦ୍ୟ, କୃଷି ଉପକରଣ ଦୋକାନ ସହ ଗ୍ୟାରେଜ୍ ଦିନ ୨ଟା ଯାଏ ଖୋଲା ରହିବ।
ଅନ୍ୟପକ୍ଷରେ ଔଷଧ ଦୋକାନ, ପାଥୋ ଲ୍ୟାବ୍, ଘରୋଇ କ୍ଲିନିକ୍, ପଶୁ ଡାକ୍ତରଖାନା, ପେଟ୍ରୋଲ ପମ୍ପ, ଏଲ୍ପିଜି ଗ୍ୟାସ୍, ଏନ୍ଏଚ୍ କଡ଼ରେ ଥିବା ଗ୍ୟାରେଜ୍, ଟାୟାର ଦୋକାନ କଟକଣା ମୁକ୍ତ ହୋଇଛି।
ସୂଚନାଯୋଗ୍ୟ, ଗତକାଲି କୋରାପୁଟ ଜିଲ୍ଲାରେ ପ୍ରଥମ ପଜିଟିଭ୍ ଚିହ୍ନଟ ପରେ ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।
from Odisha Reporter https://ift.tt/2KGdSgA
No comments:
Post a Comment