ପ୍ୟାରିସ: ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଛି। ୟୁରୋପୀୟ ଦେଶଗୁଡ଼ିକରେ କରୋନା ମୃତ୍ୟୁର ବିଭୀଷିକା ସୃଷ୍ଟି କରିଛି। ୟୁରୋପ ବ୍ୟତୀତ ଆମେରିକାରେ ମଧ୍ୟ କରୋନା ସର୍ବାଧିକ ଲୋକଙ୍କ ମୁଣ୍ଡ ନେଇଛି। ଏସବୁ ଭିତରେ ଆଜି ଫ୍ରାନ୍ସରେ ଲକଡାଉନ ଅବଧିକୁ ମେ’ ୧୧ ଯାଏ ବୃଦ୍ଧି କରାଯାଇଛି।
ଅର୍ଥାତ ଏଠାରେ ମେ’ ୧୧ ଯାଏ ସବୁ କିଛି ବନ୍ଦ ରହିବ। ସେହିପରି ଜୁଲାଇ ମାସର ମଧ୍ୟ ଭାଗ ଯାଏ ଦେଶରେ କୌଣସି ପ୍ରକାରର ସଭାସମିତ ହୋଇପାରିବ ନାହିଁ। ଏ ସମ୍ପର୍କରେ ରାଷ୍ଟ୍ରପତି ଇମାନ୍ୟୁଏଲ ମାକରନ ଘୋଷଣା କରିଛନ୍ତି।
କରୋନା ସାରା ବିଶ୍ୱରେ ଏକ ଲକ୍ଷ ୧୯ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୨୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏକାଧିକ ରାଷ୍ଟ୍ର ଦେଶବ୍ୟାପି କଟକଣା ଜାରି କରିଛନ୍ତି। ଏହାଦ୍ୱାରା ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଛି।
କିଛି ରାଷ୍ଟ୍ର ଏହାକୁ ଭୃକ୍ଷେପ ନ କରି କଟକଣା କୋହଳ କରିବାକୁ ଉଦ୍ୟମ କରୁଥିବା ବେଳେ ଫ୍ରାନ୍ସ ସରକାର କିନ୍ତୁ ଲୋକଙ୍କ ଜୀବନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ମାରକନ କହିଛନ୍ତି, “ମାର୍ଚ୍ଚ ୧୭ରୁ ଦେଶରେ ଲାଗୁ ହୋଇଥିବା ଲକଡାଉନକୁ ୧୧ ମେ’ ଯାଏ ବୃଦ୍ଧି କରାଯାଉଛି। ଏହାପରେ ସ୍ଥିତିକୁ ଦେଖି ସ୍କୁଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ପର୍ଯ୍ୟାୟକ୍ରମେ ଖୋଲାଯିବ।
ଆମେ ପୁଣି ଥରେ ସବୁ କିଛି ଆରମ୍ଭ କରିବା। ଆମର ଆଶା ମେ’ ୧୧ ବେଳକୁ ସବୁ କିଛି ଠିକ ହୋଇଯାଇଥିବ। ୧୧ ତାରିଖରୁ ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହେବ।”
from Odisha Reporter https://ift.tt/2XAKPCO
No comments:
Post a Comment