ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସହିତ ‘ପିଏମ୍ କେୟାର୍ସ ଫଣ୍ଡ୍’କୁ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରେ କଳାକାରମାନେ ମଧ୍ୟ ଅଛନ୍ତି। ବଲିଉଡ୍ ଓ ଟଲିଉଡ୍ର ବହୁ କଳାକାର ଏସବୁ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି। ଓଲିଉଡ୍ରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି। ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ତେବେ ଏହି ଦାନ ବା ଆର୍ଥିକ ସହାୟତାକୁ ନେଇ କିଛି କଳାକାର ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ।
ଏହାରର ଉତ୍ତରରେ ଏଲିନା ଲେଖିଛନ୍ତି, ଆମେ ଯାହା କରୁଛୁ ବହୁତ କରୁଛୁ। ଲୋକଙ୍କୁ ସଚେତନ କରୁଛୁ। କିନ୍ତୁ ଆପଣଙ୍କୁ ସେ ସବୁ ଦେଖାଯାଉନି। ଏତେ ଯଦି ଅସୁବିଧା ଅଛି, ମୋ ପୋଷ୍ଟ ଦେଖନ୍ତୁନି। ଆପଣଙ୍କୁ ଛାଡ଼ି ଆହୁରି ୪ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ମୋତେ ଭଲ ପାଉଛନ୍ତି। ଆପଣଙ୍କ କମେଣ୍ଟ ମୋର ଦରକାର ନାହିଁ।
from Odisha Reporter https://ift.tt/3chGHvK
No comments:
Post a Comment