ହିନ୍ଦୁ-ମୁସଲିମ କରୋନା ଆକ୍ରାନ୍ତଙ୍କ ପାଇଁ ଅଲଗା ଅଲଗା ଓ୍ୱାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ହିନ୍ଦୁ-ମୁସଲିମ କରୋନା ଆକ୍ରାନ୍ତଙ୍କ ପାଇଁ ଅଲଗା ଅଲଗା ଓ୍ୱାର୍ଡ

ଅହମଦାବାଦ: ଦେଶରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ଟପିଛି। ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି କୋଭିଡ-୧୯ ହସ୍ପିଟାଲରେ ମଧ୍ୟ ଆକ୍ରାନ୍ତଙ୍କ ଭିଡ ଏବେ ପରିଲିକ୍ଷିତ ହୋଇଛି। ଏଭଳି ସ୍ଥିତିରେ ଗୁଜରାଟ ଅହମଦାବାଦର ଏକ କୋଭିଡ-୧୯ ହସ୍ପିଟାଲ ହିନ୍ଦୁ-ମୁସଲିମଙ୍କ ପାଇଁ ଅଲଗା ଅଲଗା ଓ୍ୱାର୍ଡ ବ୍ୟବସ୍ଥା କରିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଡାକ୍ତରମାନେ କହିଛନ୍ତି।

ଅହମଦାବାଦର ସରାକାରୀ ହସ୍ପିଟାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ କରୋନା ଆକ୍ରାନ୍ତଙ୍କ ଏବଂ ସନ୍ଦିଗ୍ଧଙ୍କ ଚିକିତ୍ସା ଧର୍ମା ଆଧାରରେ ଓ୍ୱାର୍ଡ ବ୍ୟବସ୍ଥା ହୋଇଛି। ଏହି ସରକାରୀ ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ପାଇଁ ମୋଟ୍ ୧୨୦୦ଟି ବେଡ୍ ରହିଛି। ଏବେ ହିନ୍ଦୁ ମୁସଲିମ୍ ଆଧାରରେ ବେଡ୍ ଦୁଇ ଭାଗ ହୋଇଛି। ଉଭୟ ଓ୍ୱାର୍ଡରେ ୬୦୦ଟି ଲେଖାଏଁ ବେଡ୍ ରହିଛି।

ଏଯାବତ ହସ୍ପିଟାଲରେ ୧୮୬ ଜଣ କରୋନା ସନ୍ଦିଗ୍ଧ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିମଧ୍ୟରୁ ୧୫୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଯେଉଁଥିରୁ ୪୦ ଜଣ ମୁସଲମାନ ରହିଛନ୍ତି।
ଜଣେ କରୋନା ଆକ୍ରାନ୍ତ କହିଛନ୍ତି, ‘ରବିବାର ରାତିରେ ଏ-୪ ଓ୍ୱାର୍ଡରେ ଭର୍ତ୍ତି ହୋଇଥିବା ୨୮ ଆକ୍ରାନ୍ତଙ୍କୁ ସି-୪ ଓ୍ୱାର୍ଡକୁ ସ୍ଥାନାନ୍ତର କରାଯାଇଛି। କଣ ପାଇଁ ଓ୍ୱାର୍ଡ ବଦଳାଗଲା ସେ ବାବଦରେ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲା। ହେଲେ ଯେଉଁ ଆକ୍ରାନ୍ତଙ୍କୁ ଅନ୍ୟତ୍ର ଓ୍ୱାର୍ଡକୁ ସ୍ଥାନାନ୍ତର କରାଗଲା ସେମାନେ ସମସ୍ତେ ଗୋଟିଏ ସମୁଦାୟର ଥିଲେ। ଓ୍ୱାର୍ଡରେ କାର୍ଯ୍ୟରତ କର୍ମଚାରୀଙ୍କୁ ଏ ବାବଦରେ ପଚାରିବାରୁ ସେ କହିଥିଲେ, ଦୁଇ ସମୁଦାୟଙ୍କ ସୁବିଧା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି’।

ଡାକ୍ତରଖାନାର ସୁପରିଟେଣ୍ଡେଣ୍ଟ ଡକ୍ଟର ଗୁଣବନ୍ତ ରାଠୋଡ କହିଛନ୍ତି, ‘କୋଭିଡ -୧୯ ର ହିନ୍ଦୁ-ମୁସଲମାନ ଆକ୍ରାନ୍ତଙ୍କ ପାଇଁ ଡାକ୍ତରଖାନାରେ ପୃଥକ ୱାର୍ଡ ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଭଳି ବ୍ୟବସ୍ଥା କରାଯାଇଛି’। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ନୀତିନ ପଟେଲ ଏ ବାବଦରେ ଜାଣିନଥିବା କହିଛନ୍ତି।



from Odisha Reporter https://ift.tt/2K362gV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages