ନିଷ୍ପତ୍ତି ବଦଳାଇଲେ ଯାଜପୁର ଜିଲ୍ଲାପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ନିଷ୍ପତ୍ତି ବଦଳାଇଲେ ଯାଜପୁର ଜିଲ୍ଲାପାଳ

ଯାଜପୁର (ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଚାଲିଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ଏହାକୁ ଟିକେ କୋହଳ କରି ଆଉ କିଛି ଅତ୍ୟାବଶ୍ୟକ ଦୋକାନକୁ ଖୋଲିବାକୁ ଅନୁମତି ଦେଇଥିଲା। ତେବେ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ  ଆଜି ଜିଲ୍ଲା ପ୍ରଶାସନ ତା’ ନିଷ୍ପତ୍ତି ବଦଳାଇଛି। ପୂର୍ବ ନିର୍ଦ୍ଦେଶ ମୁତାବକ ଆଉ ସବୁଦିନେ ଗ୍ୟାରେଜ୍, ବହି ଦୋକାନ ଓ ବିଦ୍ୟୁତ୍ ସରଞ୍ଜାମ ଦୋକାନ ଖୋଲିବନି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି।

ଜିଲ୍ଲାପାଳ କହିଛନ୍ତି, ନୂଆ ନିଷ୍ପତ୍ତି ପ୍ରକାରେ ଜିଲ୍ଲାରେ କେବଳ ପ୍ରତି ରବିବାର ଗ୍ୟାରେଜ୍, ବହି ଓ ବିଦ୍ୟୁତ୍‌ ସରଞ୍ଜାମ ଦୋକାନ ଖୋଲା ରହିବ। ପ୍ରତି ରବିବାର ସକାଳ ୬ଟାରୁ ୧୦ଟା ଯାଏ ଏହି ଦୋକାନଗୁଡ଼ିକ ଖୋଲିବ। କିନ୍ତୁ ସାଇକେଲ ମରାମତି ଦୋକାନ ପ୍ରତିଦିନ ଖୋଲା ରହିବ। ପ୍ରତିଦିନ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସାଇକେଲ୍‌ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ, ଏପ୍ରିଲ୍ ୧୩ ତାରିଖରୁ ଜିଲ୍ଲାରେ ପ୍ରତିଦିନ ସକାଳ ୬ଟାରୁ ୧୦ ପର୍ଯ୍ୟନ୍ତ ବହି ଦୋକାନ, ସାଇକେଲ୍ ମରାମତି ଦୋକାନ, ଗ୍ୟାରେଜ୍, ଓମ୍‌ଫେଡ୍‌  ଷ୍ଟଲ୍, ଦୁଗ୍ଧଜାତ ସାମଗ୍ରୀ ଓ ବିଭିନ୍ନ ବିଦ୍ୟୁତ୍ ସରଞ୍ଜାମ ମିଳୁଥିବା ଦୋକାନଗୁଡ଼ିକ ଖୋଲା ରହୁଥିଲା।

ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରୁ ପ୍ରଥମେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ସେ ସୁସ୍ଥ ଅଛନ୍ତି ଓ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇସାରିଛନ୍ତି। ତେବେ ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କୁ ସୋମବାର ଚିହ୍ନଟ କରାଯାଇଥିଲା। ତାଙ୍କ ଘର ସାନତ୍ରିଲୋଚନପୁର ଅଞ୍ଚଳରେ। ନମୁନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ କଟକର ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ସାନତ୍ରିଲୋଚନପୁର ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି। ତା’ ସହିତ ସଇପୁରର ଆଂଶିକ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଛି।



from Odisha Reporter https://ift.tt/2xkdHVn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages