କରୋନା: ସ୍ୱଦେଶ ନଫେରି ଭାରତରେ ରହିବାକୁ ଆମେରିକୀୟଙ୍କ ପସନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 12, 2020

କରୋନା: ସ୍ୱଦେଶ ନଫେରି ଭାରତରେ ରହିବାକୁ ଆମେରିକୀୟଙ୍କ ପସନ୍ଦ

ନୂଆଦିଲ୍ଲୀ: ଉଭୟ ଅଷ୍ଟ୍ରେଲିଆ ଏବଂ ଆମେରିକା ଭାରତରେ ଥିବା ନିଜ ନିଜର ନାଗରିକଙ୍କୁ ନେବା ପାଇଁ ବିମାନ ପଠାଇଥିଲେ। ସପ୍ତାହକ ମଧ୍ୟରେ ଅଷ୍ଟ୍ରେଲିଆର ୪୪୪ ନାଗରିକ ସ୍ୱଦେଶ ଫେରିଥିବାବେଳେ ଆମେରିକାର କିନ୍ତୁ ଅଧିକାଂଶ ନାଗରିକ ଭାରତରେ ରହିବାକୁ ଉଚିତ୍ ମନେ କରିଛନ୍ତି। କରୋନାରେ ଏବେ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସୋମବାର ସକାଳ ସୁଦ୍ଧା ଆମେରିକାରେ ମୋଟ୍ ୫୬୦,୪୩୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୋଟ୍ ୨୨,୧୧୫ ଜଣଙ୍କର ମୃତ୍ୟୁ ଘଟିଛି। ୩୨,୬୩୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବେ ୫୦୫,୬୮୪ ଜଣ ଚିକିତ୍ସାଧୀନ ରହିଛନ୍ତି। ଏଥିମଧ୍ୟରୁ ୧୧, ୭୬୬ ଜଣ ଗୁରୁତର ରହିଛନ୍ତି।

ଆମେରିକାର ସରକାରୀ ଅଧିକାରୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟକୁ ଉଦ୍ଧାର କରି କହିଛନ୍ତି, ବିଭିନ୍ନ ଦେଶରେ ଥିବା ୫୦,୦୦୦ ଆମେରିକୀୟଙ୍କୁ ଆମେରିକା ସ୍ୱତନ୍ତ୍ର ବିମାନ ଯୋଗେ ଫେରାଇ ଆଣିଛି। ହେଲେ ଭାରତରେ ରହୁଥିବା ଅଧିକାଂଶ ଆମେରିକୀୟ ସ୍ୱଦେଶ ଫେରିବା ବଦଳରେ ଭାରତରେ ରହିବାକୁ ଉଚିତ୍ ମନେ କରିଛନ୍ତି। ପ୍ରଥମେ ୮୦୦ ଜଣ ଆମେରିକୀୟଙ୍କୁ ସ୍ୱଦେଶ ଫେରିବା ନେଇ ମତାମତ ମାଗିଥିଲେ ଭାରତରେ ଥିବା ଆମେରିକା ଅଧିକାରୀ। ସେଥିମଧ୍ୟରୁ ମାତ୍ର ୧୦ ଜଣ ଆମେରିକା ଫେରିବା ପାଇଁ ରାଜି ହୋଇଥିଲେ ବୋଲି ସେ କହିଛନ୍ତି। ଭାରତର ବିଭିନ୍ନ ସ୍ଥାନରେ ଏବେ ୨୪,୦୦୦ ଆମେରିକୀୟ ଥିବା ନେଇ ସେ ସୂଚନା ଦେଇଛନ୍ତି। ସମସ୍ତଙ୍କ ସହିତ ଯୋଗାଯୋଗ କରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ କହିଛନ୍ତି।

ଅନ୍ୟପଟେ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା କୋଭିଡ-୧୯ ଦାୟିତ୍ୱରେ ଥିବା ଡମୁ ରବି କହିଛନ୍ତି, ୨୦,୪୭୩ ଜଣ ବିଦେଶୀ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି।

ସେହିପରି ବ୍ରିଟେନ୍ ଚଳିତ ସପ୍ତାହରେ ଆଉ ୧୨ଟି ଅଧିକ ଚାଟାର୍ଡ ବିମାନ ଭାରତର ବିଭିନ୍ନ ବିମାନ ବନ୍ଦରକୁ ପଠାଇବ। ଅମ୍ରିତସର, ଦିଲ୍ଲୀ, ମୁମ୍ୱାଇ, ଗୋଆ, ଚେନ୍ନାଇ, ହାଇଦ୍ରାବାଦ, କୋଚି, ବେଙ୍ଗାଲୁରୁ, ଅହମଦାବାଦ ଏବଂ କୋଲକାତାରେ ଥିବା ବିମାନ ବନ୍ଦରକୁ ବିମାନ ପଠାଇବ ବ୍ରିଟେନ। ପ୍ରଥମ ପର୍ଯ୍ୟାୟରେ ୨୦ ହଜାର ବ୍ରିଟେନ ନାଗରିକ ସ୍ୱଦେଶ ଫେରିଛନ୍ତି। ମୋଟ୍ ୩୫ ହଜାର ସ୍ୱଦେଶ ଫେରିବେ ବୋଲି ପଞ୍ଜିକୃତ କରିଥିବା ବ୍ରିଟେନର ମନ୍ତ୍ରୀ ତରିକ ଅହମଦ ସୂଚନା ଦେଇଛନ୍ତି।



from Odisha Reporter https://ift.tt/3c5Gzzk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages