ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଓଡ଼ିଆଙ୍କ ନବ ବର୍ଷ ତଥା ମହାବିଷୁବ ସଂକ୍ରାନ୍ତି। ରାଜ୍ୟର ଏହା ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହିତ ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି।
ଓଡ଼ିଶାବାସୀଙ୍କୁ ଓଡ଼ିଆ ନବ ବର୍ଷ ଅବସରରେ ହାର୍ଦ୍ଦିକ ଶୁଭକାମନା । ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଅଭିନନ୍ଦନ । ବର୍ଷ ସାରା ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା ।
Happy #OdiaNewYear and Maha Bishuba Pana Sankranti. May the coming year bring happiness and good health in everyone’s lives.
— Narendra Modi (@narendramodi) April 13, 2020
ସେହିପରି ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଓ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ ବୋଲି ନବୀନ ତାଙ୍କ ଟୁଇଟରେ ଉଲ୍ଲେଖ କରିଛନ୍ତି।
ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ହେଉ। ଆମ ସମସ୍ତଙ୍କୁ ଦୃଢତାର ସହ କରୋନା ମୁକାବିଲା ପାଇଁ ଶକ୍ତି ଦେଉ। #PanaSankranti #OdiaNewYear pic.twitter.com/gIyTviR9we
— Naveen Patnaik (@Naveen_Odisha) April 13, 2020
ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟ ପାଳନ ହେଉଛି। ଏହି ଅବସରରେ ନୂଆ ପାଞ୍ଜି ଆଜିଠାରୁ ପ୍ରଚଳିତ ହେବ। ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଏହା ବର୍ଷର ପ୍ରଥମ ଦିନ । ଆଜି ପଣା ସଂକ୍ରାନ୍ତି ବା ଜଳ ସଂକ୍ରାନ୍ତିରେ ପଣା ପାନ କରାଯାଏ। ଏହି ଦିନ ମନ୍ଦିର ଗୁଡ଼ିକରେ ଛତୁଆ ଓ ପଣାଭୋଗ ଲଗାଯାଏ। କରୋନା ଭାଇରସ ପାଇଁ ସାରା ଦେଶ ଲକଡାଉନ ରହିଛି। ତେଣୁ ଚଳିତବର୍ଷ ଓଡ଼ିଆଙ୍କ ନବବର୍ଷ ଏକପ୍ରକାର ଫିକା ପଡ଼ିଛି।
from Odisha Reporter https://ift.tt/2y5CdJL
No comments:
Post a Comment