ୱାଶିଂଟନ: ମହାମାରୀ କରୋନାର ମୁକାବିଲା ପାଇଁ ଭାରତ ସରକାରଙ୍କ ଲକଡାଉନ ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ସମର୍ଥନ କରିଛି। ତେବେ ଲକଡାଉନ ଯୋଗୁ ୨୦୨୦ରେ ଭାରତର ଅଭିବୃଦ୍ଧି ହାର ମାତ୍ର ୧.୯% ରହିବ ବୋଲି ଆଇଏମଏଫ ତା’ର ବିଶ୍ୱ ଅର୍ଥନୀତି ଆଉଟଲୁକରେ ସୂଚନା ଦେଇଛି।
ଆଇଏମଏଫର ଏସିଆ ଓ ପ୍ୟାସିଫିପ ବିଭାଗର ମୁଖପାତ୍ର ଚାଙ୍ଗ ୟୋଙ୍ଗ ରହୀ କହିଛନ୍ତି, “ଅର୍ଥନୀତିକ ଅସ୍ଥିରତା ଓ ଅନ୍ୟାନ୍ୟ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ମହାମାରୀ କରୋନାର ସମ୍ମୁଖୀନ ହେଉଛି। ତେଣୁ ଅର୍ଥନୀତିକ ସମସ୍ୟାରୁ ମୁକୁଳିବା ଭାରତ ପାଇଁ ଅସମ୍ଭବ ହୋଇପଡ଼ିଛି। ତେବେ ଅର୍ଥନୀତି ଗତି ଧିମା ଚାଲୁଥିଲେ ହେଁ ଭାରତ ସରକାର କରୋନାର ମୁକାବିଲା ପାଇଁ ଦେଶବ୍ୟାପି ଲକଡାଉନ ଘୋଷଣା କରିଛନ୍ତି। ତେଣୁ ଆମେ ଭାରତର ଏହି ସାହସକୁ ସମର୍ଥନ କରୁଛୁ। ଭାରତ ସମୟ ଥାଉ ଥାଉ ସବୁ ପ୍ରକାରର ପଦକ୍ଷେପ ନେଇଛି।”
ଭାରତ ସରକାର ପ୍ରଥମେ ୨୧ ଦିନିଆ ଲକଡାଉନ ମାର୍ଚ୍ଚ ୨୫ରେ ଲାଗୁ କରିଥିଲେ। ଏହାପରେ ଏହାକୁ ମେ’ ୩ ଯାଏ ବୃଦ୍ଧି କରିଛନ୍ତି। ଅର୍ଥାତ ସମଗ୍ର ଦେଶରେ ୪୦ ଦିନ ପାଇଁ ତାଲାବନ୍ଦ ପାଳନ କରାଯାଉଛି।
from Odisha Reporter https://ift.tt/3bi8Oe4
No comments:
Post a Comment