ଲକଡାଉନ ପାଇଁ ଗାଡ଼ି ଛାଡ଼ିଲାନି ପୁଲିସ୍‌: ଅସୁସ୍ଥ ବାପାଙ୍କୁ କାନ୍ଧରେ ବୋହିଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 15, 2020

ଲକଡାଉନ ପାଇଁ ଗାଡ଼ି ଛାଡ଼ିଲାନି ପୁଲିସ୍‌: ଅସୁସ୍ଥ ବାପାଙ୍କୁ କାନ୍ଧରେ ବୋହିଲା ପୁଅ

କୋଲ୍ଲାମ: କରୋନା ପାଇଁ ସାରା ଦେଶରେ ତାଲାବନ୍ଦ। ମେଡିକାଲ ଓ ଜରୁରୀ ସେବାରେ ଯାଉଥିବା ଲୋକଙ୍କୁ ଲକଡାଉନ ବେଳେ ଯିବା ଆସିବା କରିବାକୁ ଅନୁମତି ମିଳିବ ବୋଲି ସରକାର କହିଛନ୍ତି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶକୁ ପୁଲିସ୍‌ ଆଦୌ କାର୍ଯ୍ୟକାରୀ କରୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ କେରଳରେ ଦେଖିବାକୁ ମିଳିଛି।

ଲକଡାଉନ ଯୋଗୁ ପୁଲିସ୍‌ ଗାଡ଼ି ନ ଛାଡ଼ିବାରୁ ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ତାଙ୍କ ୬୫ ବର୍ଷୀୟ ରୋଗୀଣା ବାପାଙ୍କୁ କାନ୍ଧରେ ବୋହି ବୋହି ପ୍ରାୟ ୧ କିମି ବାଟ ଚାଲି ଚାଲି ଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ମାନବାଧିକାର କମିଶନ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି। କମିଶନ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

କୋଲ୍ଲାମର କୁଲାଥୁପୁଜରେ ରହୁଥିବା ଜଣେ ୬୫ ବର୍ଷୀୟ ବ୍ୟକ୍ତି ଅସୁସ୍ଥ ହେବାରୁ ତାଙ୍କୁ ପରିବାର ବର୍ଗ ପୁନାଲୁର ତାଲୁକା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହସ୍ପିଟାଲରୁ ରୋଗୀଣା ବାପାଙ୍କୁ ଧରି ପୁଅ ଜଣଙ୍କ ଅଟୋ ରିକ୍ସାରେ ଘରକୁ ଫେରୁଥିଲେ।

ହେଲେ ଲକଡାଉନ ଯୋଗୁ ପୁଲିସ୍‌ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲା। ଏପରି କି ସମସ୍ତଙ୍କୁ ଅଟୋରୁ ଓହ୍ଲାଇ ମଧ୍ୟ ଦେଇଥିଲା। ପୁଅ ଜଣଙ୍କ ହସ୍ପିଟାଲ କାଗଜ ଠାରୁ ଆରମ୍ଭ କରି ଡିସଚାର୍ଜ ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଇଥିଲେ। ତଥାପି ପୁଲିସ୍‌ ସେମାନଙ୍କୁ ଆଗକୁ ଯିବାକୁ ଦେଇ ନଥିଲା। ଫଳରେ ଅନ୍ୟ କୌଣସି ବିକଳ୍ପ ନ ପାଇଁ ୬୫ ବର୍ଷୀୟ ବ୍ୟକ୍ତିଙ୍କୁ ତାଙ୍କ ପୁଅ କାନ୍ଧରେ ବସାଇ ପ୍ରାୟ ୧ କିମି ବାଟ ଚାଲି ଚାଲି ଯାଇଥିଲେ। ଏହାର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



from Odisha Reporter https://ift.tt/2VzoxPc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages