ମୁହଁରେ ମାସ୍କ ପିନ୍ଧି ବିବାହ କଲେ ବର କନିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ମୁହଁରେ ମାସ୍କ ପିନ୍ଧି ବିବାହ କଲେ ବର କନିଆ

ସୁନ୍ଦରଗଡ଼(ବିଜୟ ବରୁଆ): ବାହା ବେଦିରେ ବସିଥିଲେ  ବର,  କନିଆ। ବ୍ରାହ୍ମଣ ବି ମନ୍ତ୍ର ଉଚ୍ଚାରଣ କରୁଥିଲେ। ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପନ୍ନ ହୋଇଥିବା ଏହି ବିବାହକୁ  ଉଭୟ ପରିବାର ସଦସ୍ୟଙ୍କ ସ୍ୱୀକୃତି ମଧ୍ୟ ଥିଲା l

ହେଲେ ଏହି ବିବାହ ଅନ୍ୟ ବିବାହଠୁ ଟିକେ ଭିନ୍ନ ଥିଲା। କାରଣ ଏହି ବିବାହରେ ସମସ୍ତେ  ସାମାଜିକ ଦୂରତ୍ୱ ରକ୍ଷା କରିଥିଲେ। ବର କନ୍ୟାଙ୍କ ସହ ସମସ୍ତେ ମୁହଁରେ ମାସ୍କ ପିନ୍ଧିଥିଲେ । ଏପରିକି ବିବାହରେ ଯୋଗ ଦେଇଥିବା ଅତିଥି ମଧ୍ୟ ଏହି ସବୁ ନିୟମକୁ ପାଳନ କରିବା ସହ ହାତକୁ ସାନିଟାଇଜରରେ ସଫା କରିବାକୁ ଭୁଲି ନଥିଲେ l

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ସବୁ ପ୍ରକାର ସାମାଜିକ,  ଧାର୍ମିକ,  ସାଂସ୍କୃତିକ କାର୍ଯ୍ୟକ୍ରମ ନକରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଏପରି ସମୟରେ ସୁନ୍ଦରଗଡ଼ର ଜଣେ ଯୁବକଙ୍କ ବିବାହ ସମ୍ପନ୍ନ ହୋଇଛି। ଏଥିନିମନ୍ତେ ସେ ଜିଲ୍ଲାପାଳଙ୍କଠାରୁ ଅନୁମତି ଆଣିଥିବା ଜଣାଯାଇଛି। ବିବାହ ବେଳେ କିନ୍ତୁ ସବୁ ନିୟମକୁ କଡ଼ାକଡ଼ି ପାଳନ କରାଯାଇଥିବା ଦେଖିବାକୁ ମିଳିଛି l

ମୁହଁରେ ମାସ୍କ ବାନ୍ଧି, ସାମାଜିକ ଦ୍ୱରତ୍ୱକୁ ବଜାୟ ରଖି ସାତ ଜନ୍ମର ସାଥୀ ହୋଇଛନ୍ତି ଏହି ଯୋଡ଼ି। ବାହାଘରରେ ନା’ ବାଜିଥିଲା ବ୍ୟାଣ୍ଡ ବାଜା ନା’  ଥିଲେ ବରଯାତ୍ରୀ। କେବଳ  କିଛି ପରିବାର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଛି। ସୁନ୍ଦରଗଡ଼ ନୂଆଁଡିହିର ସମାଜସେବୀ ସ୍ନେହଲତା ପଟେଲଙ୍କ ପୁଅ ଅମ୍ରିତଙ୍କର  ଝରଗାଁର ଅରୁଣ ପଟେଲଙ୍କ ଝିଅ ଶୁଭଶ୍ରୀ ସହିତ ବିବାହ ଠିକ୍ ହୋଇଥିଲା।  ହେଲେ କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ତାଙ୍କ ବାହାଘର ତାରିଖ ଏପ୍ରିଲ ୧୭କୁ ଘୁଞ୍ଚାଇ ଦିଆଯାଇଥିଲା।

ପୁଣି ଥରେ ସରକାର  ଏହି ଲକ୍‌ଡାଉନ୍‌ ଅବଧି ମେ’ ୩ ଯାଏ ବଢ଼ାଇ ଦେଇଥିଲେ। ତେବେ ଅମ୍ରିତଙ୍କ ଛୁଟି ସରି ଆସୁଥିବାରୁ  ତାଙ୍କ ପରିବାର ଲୋକେ ଆଉ ବିବାହ ତାରିଖ ଘୁଞ୍ଚାଇ ପାରି ନଥିଲେ। 

ଫଳରେ ଲକ୍‌ଡାଉନ୍ ନିମୟକୁ ରକ୍ଷା କରି ଗତକାଲି ଅମ୍ରିତ ଓ ଶୁଭଶ୍ରୀଙ୍କ ବିବାହ ଶେଷ ହୋଇଛି। ବାହାଘରକୁ ବହୁ କମ ସଂଖ୍ୟକ ଲୋକ  ଆସିଥିବା ବେଳେ ସେମାନେ ହାତରେ ସାନିଟାଇଜର ଲଗାଇବା ସହ  ମାସ୍କ ପିନ୍ଧି ଘରକୁ ପ୍ରବେଶ କରିଥିଲେ। ଏହାସହ ସମସ୍ତେ ସାମାଜିଜ ଦୂରତ୍ୱ ନିୟମକୁ କଡାକଡ଼ି ପାଳନ କରିଥିଲେ l



from Odisha Reporter https://ift.tt/34Kczqc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages