କୋଟା: ରାଜସ୍ଥାନ କୋଟାରୁ ୩ ହଜାର କୋଚିଂ ଛାତ୍ରଛାତ୍ରୀ ବସରେ ଉତ୍ତର ପ୍ରଦେଶ ଫେରୁଛନ୍ତି। ଯୋଗୀ ସରକାର ୩ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୨୫୦ ବସ୍ ଉତ୍ତର ପ୍ରଦେଶରୁ ପଠାଇଥିଲେ। ପ୍ରତି ବସରେ ୩୦ ଜଣ ବସି ପାରିବାର କ୍ଷମତା ରହିଛି। ଛାତ୍ରଛାତ୍ରୀ ବସରେ ବସିବା ବେଳେ ପାଖରେ ସାନିଟାଇଜର ଓ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ୱ ପାଳନ କରିଛନ୍ତି। ଶୁକ୍ରବାର ରାତିରେ ୧୦୦ଟି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ଉତ୍ତର ପ୍ରଦେଶ ଫେରିଥିବାବେଳେ ବାକି ବସ୍ ଶନିବାର ଦିନ ୧୧ଟା ବେଳେ ଉତ୍ତର ପ୍ରଦେଶ ଅଭିମୁଖେ ବାହାରିଛି।
ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ନେବାକୁ କୋଟାରେ ରହୁଛନ୍ତି ୟୁପିର ଏହି ୩ ହଜାର ଛାତ୍ରଛାତ୍ରୀ। ଲକଡାଉନ୍ ପାଇଁ ଘରକୁ ଫେରିନପାରି ଏଠାରେ ଅଟକି ରହିଥିଲେ। ଅଭିଭାବକମାନେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏ ନେଇ ଅବଗତ କରାଇବା ପରେ ଯୋଗୀ ସରକାର ସଙ୍ଗେସଙ୍ଗେ ଛାତ୍ରଛାତ୍ରୀଙ୍କ ପାଇଁ ୭,୫୦୦ ବସ ପଠାଇଥିଲେ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଯୋଗୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଅନ୍ୟ ରାଜ୍ୟର ସରକାର ମଧ୍ୟ ଚାହିଁଲେ କୋଚିଂ ଛାତ୍ରଛାତ୍ରୀଙ୍କୁ ନେଇଯାଇପାରିବେ ବୋଲି ଗେହଲଟ କହିଛନ୍ତି। ଏଥିପାଇଁ ରାଜସ୍ଥାନ ସରକାର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ଗେହଲଟ କହିଛନ୍ତି। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗୀଙ୍କ ଏଭଳି ପଦକ୍ଷେପକୁ ସମାଲୋଚନା କରିଛନ୍ତି।
from Odisha Reporter https://ift.tt/3airI35
No comments:
Post a Comment