ଲକ୍‌ଡାଉନ୍‌ର ନବମ ଦିନ, ଦିଲ୍ଲୀରୁ ପଲ୍ଲୀ ସବୁଠି ରାସ୍ତାଘାଟ ଖାଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ଲକ୍‌ଡାଉନ୍‌ର ନବମ ଦିନ, ଦିଲ୍ଲୀରୁ ପଲ୍ଲୀ ସବୁଠି ରାସ୍ତାଘାଟ ଖାଲି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସମଗ୍ର ବିଶ୍ୱରେ କରୋନା ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର  ଭୟାବହତାକୁ ଦୃଷ୍ଟିରେ ରଖି ଦେଶକୁ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ଲକ୍‌ଡାଉନ୍‌ର ନବମ ଦିନ। ଏହାର ପ୍ରଭାବ ଦିଲ୍ଲୀଠୁ ପଲ୍ଲି ସବୁଠି ଦେଖିବାକୁ ମିଳୁଛିି।

ଆମ ରାଜ୍ୟରେ ଏଯାଏ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଲକ୍‌ଡାଉନକୁ ଆହୁରି କଡାକଡ଼ି  କରାଯାଇଛି। ବନ୍ଦ ଯୋଗୁ ଶୂନଶାନ୍‌ ହୋଇପଡୁଛି ରାସ୍ତା ଘାଟ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉଛନ୍ତି। ଯେଉଁଠି କାଁ ଭାଁ ଲୋକେ କଟକଣା ନ ମାନି ବାହାରେ ବୁଲୁଛନ୍ତି  ସେଠାରେ ପୁଲିସର ତାଗିଦ ଦେଖିବାକୁ ମିଳୁଛି।

କିଛି କିଛି ସ୍ଥାନରେ ଆଇନ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୁଲିସ। ସେପଟେ ଲକ୍‌ଡାଉନ୍ ଉଲ୍ଲଙ୍ଘନକାରୀଙ୍କ  ବିରୋଧରେ ତଥା ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିିସ ପକ୍ଷରୁ କୁହାଯାଇଛି।

ବିନା କାରଣରେ ବାଇକରେ ବୁଲିଲେ ମାମଲା ରୁଜୁ ହେବା ସହ ଗାଡ଼ି ସିଜ ହେବ। ଏଥିସହ ପରିବା କିଣିବାକୁ ବାଇକ ନେଇ ଯିବାକୁ ବାରଣ କରିଛି ପୁଲିସ। ଚାଲି ଚାଲି ଯାଇ ଘର ପାଖରୁ ପରିବା କିଣିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦୂରକୁ ବାଇକ ନେଇ ପରିବା କିଣିବା ପାଇଁ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି।



from Odisha Reporter https://ift.tt/2UzIW7n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages