ଇଟାଲୀରେ କମିଲା କରୋନା ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ଇଟାଲୀରେ କମିଲା କରୋନା ମୃତ୍ୟୁସଂଖ୍ୟା

ରୋମ: ମହାମାରୀ କରୋନା ଭାଇରସ ଯୋଗୁ ଇଟାଲୀରେ ହୁହୁ ହୋଇ ବଢ଼ୁଥିବା ମୃତ୍ୟୁସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ବିଶ୍ୱରେ ସର୍ବାଧିକ ଲୋକ ଇଟାଲୀରେ କରୋନା ଯୋଗୁ ପ୍ରାଣ ହରାଇଥିଲେ ହେଁ ଗତ ୨୪ ଘଣ୍ଟାରେ ଏଠାରେ ୭୨୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁସଂଖ୍ୟା ଦୀର୍ଘ ଗୋଟିଏ ସପ୍ତାହ ପରେ ହ୍ରାସ ପାଇଥିବାରୁ ଲୋକମାନେ ସାମାନ୍ୟ ଆଶ୍ୱସ୍ତି ହୋଇଛନ୍ତି।

ସରକାରୀ ସୂତ୍ର ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଇଟାଲୀରେ ୪,୭୮୨ ଜଣ କରୋନା ଜନିତ ମାମଲା ସାମ୍ନାକୁ ଆସିଛି। ଏହାର ଅର୍ଥ ଦିନକୁ ଦିନ ଧୀରେଧୀରେ ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଇଟାଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦,୫୪୭ ପହଞ୍ଚି ଯାଇଛି। ସେହିପରି ୭୨୭ ଜଣଙ୍କ ମୃତ୍ୟୁ ପରେ ଏବେ ଇଟାଲୀରେ ୧୩,୧୫୫ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ମଙ୍ଗଳବାର କରୋନାରେ ୮୩୭ ଜଣଙ୍କ ଜୀବନ ଯାଇଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୪ ଘଣ୍ଟା ମଧ୍ୟରେ ୧୧୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାଏ ଦେଶରେ ୧୬,୮୪୭ ଜଣ କରୋନା ରୋଗୀ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ଏବେ ବି ୪୦୩୫ ଜଣ କରୋନା ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେବେ ହସ୍ପିଟାଲ ବାହାରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ତାଲିକା ସରକାରୀ ତଥ୍ୟରେ ସାମିଲ କରାଯାଇ ନଥିବା ଅଭିଯୋଗ ହୋଇଛି।



from Odisha Reporter https://ift.tt/39EHSn8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages