ଗୋଟିଏ ଦେଶ, ଦୁଇଟି ନିୟମ କାହିଁକି? ମୋଦିଙ୍କୁ ଫୋନ କରି ଅଭିଯୋଗ କଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ଗୋଟିଏ ଦେଶ, ଦୁଇଟି ନିୟମ କାହିଁକି? ମୋଦିଙ୍କୁ ଫୋନ କରି ଅଭିଯୋଗ କଲେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ

ରାଞ୍ଚି: କରୋନା ପାଇଁ ଜାରି ହୋଇଥିବା ଲକଡାଉନ ମଧ୍ୟରେ ରାଜସ୍ଥାନର କୋଟାରୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ରାଜ୍ୟ ଫେରାଇ ନେବାକୁ ଅନୁମତି ପାଇବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ୫ଟି ରାଜ୍ୟର ଅନୁରୋଧ କ୍ରମେ ସେମାନଙ୍କୁ କୋଟାରେ ଫସିଥିବା ନିଜ ନିଜ ଅଞ୍ଚଳର ଶିକ୍ଷାର୍ଥୀଙ୍କୁ ନେବାକୁ ଅନୁମତି ଦେଇଛନ୍ତି।

ହେଲେ ଏହାକୁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିରୋଧ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଆଣିବାକୁ ଅନୁମତି ଦେଇ କେନ୍ଦ୍ର ସରକାର ଲକଡାଉନ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ବୋଲି ହେମନ୍ତ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ପ୍ରତିବାଦ ଜଣାଇଛନ୍ତି। ଗୋଟିଏ ଦେଶରେ କାହିଁକି ୨ଟି ନିୟମ ପ୍ରଣୟନ କରାଯାଉଛି ବୋଲି ସେ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି।

କୋଟାରେ ରହି ବାହାର ରାଜ୍ୟର ହଜାର ହଜାର ପିଲା ପ୍ରବେଶିକା ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ କୋଚିଂ ନେଇଥାଆନ୍ତି। ଲକଡାଉନ ଯୋଗୁ ସେମାନେ ସେଠାରେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଆଣିବା ପାଇଁ ମଧ୍ୟପ୍ରଦେଶ, ବେଙ୍ଗଲ, ଗୁଜରାଟ, ଛତିଶଗଡ଼ ଓ ଆସାମ ସରକାର କେନ୍ଦ୍ରକୁ ଅନୁମତି ମାଗିଥିଲେ।

ଏହାପୂର୍ବରୁ ଉତ୍ତର ପ୍ରଦେଶ ସରକାର ମଧ୍ୟ ନିଜ ରାଜ୍ୟର ଶିକ୍ଷାର୍ଥୀଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରିଥିଲେ। ୟୁପି ସରକାରଙ୍କ ବସ ବ୍ୟବସ୍ଥା ପରେ ଝାରଖଣ୍ଡବାସୀ ମଧ୍ୟ କୋଟାରେ ଫସିଥିବା ପିଲାମାନଙ୍କୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିବେଦନ କରିଥିଲେ।

ଯଦି ଉତ୍ତର ପ୍ରଦେଶ ସରକାର ଲକଡାଉନ ବେଳେ ନିଜ ରାଜ୍ୟର ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିପାରୁଛନ୍ତି, ତା’ହେଲେ ଝାରଖଣ୍ଡ ସରକାର କାହିଁକି ପାରିବେ ନାହିଁ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ତେବେ କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ବ୍ୟବସ୍ଥା ହୋଇଛି।

ଏପରି ସ୍ଥଳରେ ଯଦି ପିଲାମାନଙ୍କୁ କୋଟାରୁ ଅଣାଯାଏ, ତା’ହେଲେ ଲକଡାଉନର ମୂଲ୍ୟ କିଛି ରହିବ ନାହିଁ ବୋଲି ହେମନ୍ତ ଯୁକ୍ତି କରିବା ସହ ମୋଦିଙ୍କୁ ଅବଗତ କରାଇଛନ୍ତି। ତେଣୁ କେନ୍ଦ୍ର ସରକାର ଏପରି ଅନୁମତି ଦେବା ବନ୍ଦ କରନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ସମାନ ଅଭିଯୋଗ କରିଥିଲେ।



from Odisha Reporter https://ift.tt/3cwfrtx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages