ମୁମ୍ବାଇ: କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ଲାଗି ସାରା ଦେଶକୁ ମେ ୩ ଯାଏଁ ଲକଡାଉନ୍ କରାଯାଇଛି। ଅନ୍ୟପଟେ ଦେଶରେ ସଂକ୍ରମଣର ବଢ଼ୁଥିବା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଦେଶବାସୀଙ୍କୁ ସାମାଜିକ ଦୂରତା ଅନୁସରଣ କରିବା, ହ୍ୟାଣ୍ଡୱାସ୍ କରିବା ଏବଂ ବାହାରକୁ ଯିବାବେଳେ ମାସ୍କ ବ୍ୟବହାର କରିବା ପାଇଁ କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ହେଲେ ବଜାରରେ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ନ ମିଳିବାରୁ ସମସ୍ତେ ଚିନ୍ତିତ ହେଉଛନ୍ତି। ତେବେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ଅଭିନେତ୍ରୀ ବିଦ୍ୟା ବାଲାନ୍ ଏକ ନିଆରା ଉାପାୟ ବତାଇଛନ୍ତି।
ଅଭିନେତ୍ରୀ ବିଦ୍ୟା ବାଲାନ୍ ମାସ୍କ ତିଆରି କରିବା ନେଇ ଏକ ଟ୍ୟୁଟୋରିଆଲ୍ ଭିଡିଓ ଶେଆର୍ କରିଛନ୍ତି। ଏଥିରେ ସେ ଘରେ କିପରି ମାସ୍କ ତିଆରି ତାହା କହିଛନ୍ତି। ଏହି ଭିଡିଓରେ ବିଦ୍ୟା ଶାଢ଼ୀର ବ୍ଲାଉଜ ପିସ୍ ଏବଂ ଦୁଇଟି ରବର ବ୍ୟାଣ୍ଡ ବ୍ୟବହାର କରି ଏକ ମାସ୍କ ପ୍ରସ୍ତୁତ କରିଛନ୍ତି। ଆଉ କହିଛନ୍ତି ‘ଅପନା ଦେଶ ଅପ୍ନା ମାସ୍କ’। ଦର୍ଶକ ବିଦ୍ୟାଙ୍କ ଏହି ଭିଡିଓକୁ ବେଶ୍ ପସନ୍ଦ କରୁଛନ୍ତି।
ସୂଚନାଯୋଗ୍ୟ, ବିଦ୍ୟା ଆଗକୁ ଫିଲ୍ମ ‘ଶକୁନ୍ତଳା ଦେବୀ’ରେ ନଜର ଆସିବେ। ଫିଲ୍ମଟି ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ ଜୀବନ ଉପରେ ଆଧାରିତ, ଯେଉଁଥିରେ ବିଦ୍ୟା ଶକୁନ୍ତଳାଙ୍କ ମୁଖ୍ୟ ଭୂମିକାରେ ନଜର ଆସିବେ। ବିଦ୍ୟା ଫିଲ୍ମର ପୋଷ୍ଟରରେ ଅବିକଳ ଶକୁନ୍ତଳା ଦେବୀଙ୍କ ପରି ଦେଖାଛନ୍ତି।
from Odisha Reporter https://ift.tt/3ezWXtV
No comments:
Post a Comment