ଭିସା ନିୟମ ଉଲ୍ଲଙ୍ଘନ କରି ଭାରତରେ ୬୧୯ ବିଦେଶୀ ନାଗରିକ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଭିସା ନିୟମ ଉଲ୍ଲଙ୍ଘନ କରି ଭାରତରେ ୬୧୯ ବିଦେଶୀ ନାଗରିକ ଗିରଫ

ପ୍ରୟାଗରାଜ: ମହାମାରୀ କରୋନା ଭାଇରସ ପାଇଁ ଦେଶରେ ଆରମ୍ଭ ହୋଇଥିବା ଲଢ଼େଇ ମଧ୍ୟରେ ଏଯାବତ ଭାରତରେ ବେଆଇନ ଭାବେ ରହୁଥିବା ପ୍ରାୟ ୬୧୯ ଜଣ ବିଦେଶୀ ନାଗରିକଙ୍କୁ ପୁଲିସ୍‌ ଗିରଫ କରିସାରିଲାଣି। ଗତକାଲି ରାତିରେ ପୁଲିସ୍‌ ଆଇପିସି, ସଂକ୍ରମଣ ରୋଗ ଆଇନ, ବିଦେଶୀ ଆଇନ ଉଲ୍ଲଙ୍ଘନ ଘଟଣାରେ ୧୬ ଜଣ ବିଦେଶୀ ନାଗରିକଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ଭିସା ନିୟମ ଉଲ୍ଲଙ୍ଘନ କରିଥିବା ପୁଲିସ କହିଛି।

ଗିରଫ ୬୧୯ ବିଦେଶୀ ନାଗରିକଙ୍କ ମଧ୍ୟରୁ ଅଧିକାଂଶ ଗତ ମାସରେ ଦିଲ୍ଲୀରେ ଆୟୋଜିତ ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ଉତ୍ତର ପ୍ରଦେଶରେ ସର୍ବାଧିକ ୩୪୧ ବିଦେଶୀ ନାଗରିକ ଗିରଫ ହୋଇଥିବା ବେଳେ ମହାରାଷ୍ଟ୍ରରେ ୧୫୭, ବିହାରରେ ୬୬, କର୍ଣ୍ଣାଟକାରେ ୩୪ ଓ ଝାରଖଣ୍ଡରେ ୨୧ ଜଣ ଗିରଫ ହୋଇଛନ୍ତି।

ତେଲେଙ୍ଗାନାରେ ୮୮, ତାମିଲନାଡୁରେ ୭୨ ଓ ମଧ୍ୟପ୍ରଦେଶରେ ୬୫ ଜଣ ବିଦେଶୀ ନାଗରିକଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଥିଲେ ହେଁ କାହାକୁ ଗିରଫ କରାଯାଇନାହିଁ।

ଗତକାଲି ପ୍ରୟାଗରାଜରେ ଗିରଫ ୧୬ ବିଦେଶୀ ନାଗରିକଙ୍କୁ ନୈଇନି ଜେଲରେ ଥିବା ଆଇସୋଲେସନ ୱାର୍ଡରେ ରଖାଯାଇଛି। ଏହି ବିଦେଶୀ ନାଗରିକଙ୍କ ସହ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ମଧ୍ୟ ଗିରଫ କରାଯାଇଛି। ଉତ୍ତର ପ୍ରଦେଶରୁ ଗିରଫ ହୋଇଥିବା ୩୪୧ ଜଣଙ୍କ ମଧ୍ୟରୁ ୮୫% ହେଉଛନ୍ତି ବାଂଲାଦେଶ ନାଗରିକ।



from Odisha Reporter https://ift.tt/3aokDOt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages