ଇମ୍ରାନ ଖାନ କରୋନାରେ ଆକ୍ରାନ୍ତ କି? ହେବ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଇମ୍ରାନ ଖାନ କରୋନାରେ ଆକ୍ରାନ୍ତ କି? ହେବ ପରୀକ୍ଷା

ଇସଲାମାବାଦ: ମହାମାରୀ କରୋନା ଭାଇରସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଆକ୍ରାନ୍ତ କି? ସେକଥା ଜଣିବା ପାଇଁ ତାଙ୍କର ସ୍ୱାବ ପରୀକ୍ଷା କରାଯିବ। ମଙ୍ଗଳବାର ଇମ୍ରାନ ଜଣେ ବଦାନ୍ୟ ବ୍ୟକ୍ତି ତଥା ବ୍ୟବସାୟୀଙ୍କୁ ଭେଟିଥିଲେ। ଏହି ବ୍ୟକ୍ତି ଜଣଙ୍କ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଇମ୍ରାନ ଖାନଙ୍କର କରୋନା ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ପାକିସ୍ତାନରେ କରୋନା ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୨୦୯ରେ ପହଞ୍ଚି ଯାଇଛି। ସେହିପରି ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୯,୭୪୯ ରହିଛି।

ପାକିସ୍ତାନ ସରକାରଙ୍କ ସୂଚନା ପରାମର୍ଶଦାତା ଫିରଦୋଶ ଆଶିକ ଆୱାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରିବାର ଲୋକଙ୍କ କରୋନା ଟେଷ୍ଟ ଶେଷ ହୋଇ ସାରିଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ବୁଧବାର ପ୍ରଧାନମନ୍ତ୍ରୀଙ୍କ କରୋନା ପରୀକ୍ଷା କରାଯିବ।

ଇମ୍ରାନ ଖାନ କରୋନା ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିଲେ ହେଁ ଏଯାଏ ନିଜକୁ ଆଇସୋଲେସନରେ ରଖିନାହାନ୍ତି। ପୂର୍ବବତ ସେ ଅଫିସ କାମ ଜାରି ରଖିଥିବା ଜଣାପଡ଼ିଛି।



from Odisha Reporter https://ift.tt/2RYJSAz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages