ଡିଲିଟ୍ ହୋଇଯାଇଥିବା ହ୍ୱାଟ୍ସଆପ୍ ମେସେଜ୍‌ ଏମିତି କରନ୍ତୁ ରିଷ୍ଟୋର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 27, 2020

ଡିଲିଟ୍ ହୋଇଯାଇଥିବା ହ୍ୱାଟ୍ସଆପ୍ ମେସେଜ୍‌ ଏମିତି କରନ୍ତୁ ରିଷ୍ଟୋର୍

ନୂଆଦିଲ୍ଲୀ: ସୋଶାଲ୍ ମେସେଜିଂ ଆପ୍ ‘ହ୍ୱାଟ୍ସ ଆପ୍‌’ର ବ୍ୟବହାର ବହୁତ ବଢ଼ିଗଲାଣି। ପିଲାଠୁ ବୁଢ଼ା ଯାଏ ପ୍ରାୟ ସବୁ ବର୍ଗର ଲୋକ ଏହାକୁ ବ୍ୟବହାର କରୁଛନ୍ତି। ଏହି ଆପ୍‌ ଜରିଆରେ ଆମେ ନିଜଠୁ ଦୂରରେ ଥିବା ଆତ୍ମୀୟଙ୍କ ସହ ଅତି ସହଜରେ କଥାବାର୍ତ୍ତା କରିପାରନ୍ତି। ସାଙ୍ଗସାଥୀ ମାନଙ୍କ ସହ ଚ୍ୟାଟିଂ କରି ମଜାମସ୍ତି ମଧ୍ୟ କରିପାରନ୍ତି। ଏହା ଜରିଆରେ  ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ ଓ ଭିଡିଓ ଆଦି ପଠାଇ ହୁଏ। ତେଣୁ ଏହା ଆଉ କେବଳ କଥାବାର୍ତ୍ତା ବା ମନୋରଞ୍ଜନରେ ସୀମିତ ନାହତଁ। ବର୍ତ୍ତମାନ ଏହି ଆପ୍ ଅଫିସିଆଲ୍ କାମରେ ମଧ୍ୟ ଜରୁରୀ ହୋଇପଡ଼ିଲାଣି। କିନ୍ତୁ ବେଳେ ବେଳେ ଅଜାଣତରେ ଆମର କିଛି ଦରକାରୀ ମେସେଜ୍, ଫଟୋ କିମ୍ବା ଡକ୍ୟୁମେଣ୍ଟ ଏଥିରୁ ଡିଲିଟ୍ ହୋଇଯାଇଥାଏ। ଫଳରେ ଆମେ ହଇରାଣରେ ପଡ଼ିଯାଉ। ତେବେ ଆଜି ଆମେ ଆପଣଙ୍କୁ ଏହିସବୁ ଡିଲିଟ୍ ହୋଇଯାଇଥିବା ମେସେଜକୁ କେମିତି ପୁଣିଥରେ ପାଇହେବ, ସେ ବିଷୟରେ କହିବୁ।

ଡିଲିଟେଡ୍ ମେସେଜ୍ କେମିତି କରିବେ ରିଷ୍ଟୋର୍:

  • ପ୍ରଥମେ ପ୍ଲେ ଷ୍ଟୋରକୁ ଯାଇ ନୋଟିଫିକେସନ୍ ହିଷ୍ଟ୍ରୀ ଆପ୍ ଡାଉନ୍‌ଲୋଡ୍‌ କରନ୍ତୁ।
  • ଆପ୍ ଡାଉନ୍‌ଲୋଡ୍‌ ହେବା ପରେ ଏହାକୁ ଓପନ୍‌ କରି ନୋଟିଫିକେସନ୍ ଏବଂ ଆଡମିନିଷ୍ଟ୍ରେଟର୍ ପର୍‌ମିସନ୍ ଦିଅନ୍ତୁ।
  • ଏବେ ଏହି ଆପ୍‌ ଆପଣଙ୍କ ଫୋନ୍‌ର ସମସ୍ତ ନୋଟିଫିକେସନ୍ ହିଷ୍ଟ୍ରୀ ରେକର୍ଡ କରିବା ଆରମ୍ଭ କରିଦେବ।
  • ଏହା ପରେ ହ୍ୱାଟ୍ସ ଆପ୍‌କୁ ଯାଆନ୍ତୁ ଏବଂ ଯେଉଁ ବ୍ୟକ୍ତିଙ୍କ ମେସେଜ୍ ରିଷ୍ଟୋର କରିବାକୁ ଚାହୁଁଛନ୍ତି, ତାଙ୍କ ନମ୍ବର ବା ନାଁ ଉପରେ ଟ୍ୟାବ୍‌ କରନ୍ତୁ। ଡିଲିଟ୍ ହୋଇଥିବା ମେସେଜ୍ ପୁଣି ଥରେ ଷ୍ଟୋର୍ ହୋଇଯିବ।

ମନେ ରଖନ୍ତୁ– ଏହି ଆପ୍ ସେହି ମେସେଜଗୁଡିକୁ ହିଁ ରିଷ୍ଟୋର କରିପାରିବ, ଯାହାର ନୋଟିଫିକେସନ୍ ଫୋନ୍‌ ୟରେ ଆସିଥିବ କିମ୍ବା ଆପଣ ତା’କୁ ପଢ଼ିସାରିଥିବେ।

 



from Odisha Reporter https://ift.tt/2SdVBvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages