ସାମ୍ପ୍ରଦାୟିକ ଟିପ୍ପଣୀ କରି ବିବାଦରେ ବିଜେପି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 27, 2020

ସାମ୍ପ୍ରଦାୟିକ ଟିପ୍ପଣୀ କରି ବିବାଦରେ ବିଜେପି ବିଧାୟକ

ଲକ୍ଷ୍ନୌ: କରୋନା ଭୂତାଣୁ ମହାମାରୀ ମୁକାବିଲା ଲାଗି ସାରା ଦେଶ ଏବେ ବି ଲକଡାଉନ ଅଛି। ଏହାରି ଭିତରେ ଦେଶର ବିଭିନ୍ନ ସ୍ଥାନରୁ ଏଭଳି କିଛି ଘଟଣା ଦେଖିବାକୁ ମିଳୁଛି ଯାହା ଅମାନବୀୟ ହୋଇଥିବା ବେଳେ ସାମ୍ପ୍ରଦାୟିକ ଅଶାନ୍ତିକୁ ମଧ୍ୟ ନିମନ୍ତ୍ରଣ ଦେଲା ଭଳି। ତବଲିଗି ଜମାତିଙ୍କ ମଧ୍ୟରେ ଅନେକ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଦେଶ ଭିତରେ ଗୋଟିଏ ପରେ ଗୋଟିଏ ସାମ୍ପ୍ରଦାୟିକ ଆକ୍ଷେପ ସାମ୍ନାକୁ ଆସୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତ ମଧ୍ୟ ସ୍ପଷ୍ଟ ରୂପେ କହିଛନ୍ତି ଯେ, ମୁଷ୍ଟିମେୟ ଲୋକଙ୍କ ପାଇଁ ପୂରା ସମୂହକୁ ଦୋଷ ଦେବା ଉଚିତ୍ ନୁହେଁ। ଦେଶର ଅଖଣ୍ଡତା ଓ ଭାଇଚାରାକୁ ମହତ୍ୱ ଦେବା ଆବଶ୍ୟକ। ଏହା ପରେ ବି ବିଶିଷ୍ଟ ବ୍ୟକ୍ତିତ୍ୱମାନେ କିଛି ଏଭଳି ଟିପ୍ପଣୀ କରୁଥିବା ସାମ୍ନାକୁ ଆସୁଛି, ଯଦ୍ଦ୍ୱାରା ଦେଶରେ ସାମ୍ପ୍ରଦାୟିକ ଅଶାନ୍ତି ପରିବେଶ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି।

ଏଭଳି କିଛି ମନ୍ତବ୍ୟ ଓ ଟିପ୍ପଣୀ କରି ଚର୍ଚ୍ଚାକୁ ଆସିଛନ୍ତି ବିଜେପିର ବିଧାୟକ ସୁରେଶ ତିଓ୍ୱାରୀ। ଉତ୍ତର ପ୍ରଦେଶର ଦେଓରିୟା ଜିଲ୍ଲାର ବରହଜ ବିଧାନସଭା ମଣ୍ଡଳୀର ବିଜେପି ବିଧାୟକ ତିଓ୍ୱାରୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ କେତେ ଜଣ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ବ୍ୟବସାୟୀଙ୍କଠାରୁ କୌଣସି ପରିବା ନ କିଣିବାକୁ ପରାମର୍ଶ ଦେଉଛନ୍ତି।

ଭିଡିଓରେ ତିଓ୍ୱାରୀ କହୁଛନ୍ତି ଯେ, ଗୋଟିଏ ବିଷୟ ଆପଣମାନେ ଧ୍ୟାନ ରଖିବେ। ମୁଁ ସମସ୍ତକୁ କହୁଛି। ଆପଣମାନେ କେହି ବି କୌଣସି ମିୟାଁଙ୍କଠାରୁ ପନିପରିବା କିଣନ୍ତୁ ନାହିଁ। ସେ ଆହୁରି ଉଲ୍ଲେଖ କରି କହିଛନ୍ତି, ସଂଖ୍ୟା ଲଘୁ ସମ୍ପ୍ରଦାୟର ଅନେକ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ପନିପରିବାରେ ପାଟିର ଲାଳ ଲଗାଇ ବିକ୍ରି କରିବା ନେଇ ଅଭିଯୋଗ ଆସୁଛି। ଏହାକୁ ବିଚାର କରି ମୁଁ ଆପଣ ସମସ୍ତଙ୍କୁ କହୁଛି ସେମାନଙ୍କଠାରୁ ପରିବାପତ୍ର କିଣନ୍ତୁ ନାହିଁ।

ଭିଡିଓଟି ସାମ୍ନାକୁ ଆସିବା ପରେ ବିଧାୟକଙ୍କୁ ନେଇ ଅନେଇ ବିବାଦ ଉପୁଜିଛି। ସେ କେତେଜଣ ସରକାରୀ କର୍ମଚାରୀ ଓ ସାଧାରଣ ଲୋକଙ୍କୁ ଏ କଥା କହୁଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।



from Odisha Reporter https://ift.tt/2YbmsMn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages