ଲକ୍ ଡାଉନ ଅମାନିଆଙ୍କୁ ଆକଟ କରି ଆକ୍ରମଣର ଶିକାର ହେଲେ ହୋମଗାର୍ଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ଲକ୍ ଡାଉନ ଅମାନିଆଙ୍କୁ ଆକଟ କରି ଆକ୍ରମଣର ଶିକାର ହେଲେ ହୋମଗାର୍ଡ଼

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଲକ୍ ଡାଉନ ଅମାନିଆଙ୍କୁ ଆକଟ କରି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ହୋମଗାର୍ଡ଼। କିଛି ଯୁବକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନାରେ କାର୍ଯ୍ୟରତ ହୋମଗାର୍ଡ ବଙ୍କିମ ମଣ୍ଡଳ ଏନେଇ ଗତକାଲି ଥାନାରେ ଏତଲା ଦେଇଥିଲେ। ହେଲେ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ନିଜ ସୁରକ୍ଷା ଦାବି କରି ଉମରକୋଟ ଥାନାର ସମସ୍ତ ହୋମଗାର୍ଡ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।

ସୂଚନା ଅନୁଯାୟୀ, ହୋମଗାର୍ଡ ବଙ୍କିମ ମଣ୍ଡଳ ଗତକାଲି ନିଜ ଡ୍ୟୁଟି ସାରି ସଉଦା ଆଣିବା ପାଇଁ ରାତିରେ ସାନଭରଣ୍ଡି ଗ୍ରାମକୁ ଯାଇଥିଲେ। ସେଠାରେ ଏକ ଦୋକାନ ନିକଟରେ କିଛି ଯୁବକ ଛିଡ଼ା ହୋଇଥିବା ବେଳେ ଲକ୍‌ଡାଉନ୍‌ ସମୟରେ ଏପରି ଏକାଠି ହେବାକୁ ସେ ବାରଣ କରିଥିଲେ। ଏହାପରେ ଉକ୍ତ ଯୁବକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲେ।

ଖବର ପାଇ ତାଙ୍କ ହୋମଗାର୍ଡ଼ ସାଥୀମାନେ  ସେଠାରୁ ଉଦ୍ଧାର କରି ତାଙ୍କୁ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ପ୍ରାଥମିକ ଚିକିତ୍ସା ପରେ ବଙ୍କିମ ଏନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ହେଲେ  ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବାରୁ ହୋମଗାର୍ଡ଼ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।



from Odisha Reporter https://ift.tt/2YiF9h3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages