ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଆସିଛି ବଡ଼ ଖବର। ଲକ୍ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ସମୁଦ୍ରରେ ମାଛ ଧରିବା। ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି। ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ଲାଇନ୍ ଜାରି କରାଯାଇଛି।
ଏହି ଗାଇଡ୍ଲାଇନ୍ ଅନୁସାରେ ମାଛ ଚାଷ କରୁଥିବା ବ୍ୟକ୍ତି ଏ ସଂକ୍ରାନ୍ତୀୟ ସବୁ କାମ କରିପାରିବେ। ଚିଙ୍ଗୁଡ଼ି ଚାଷ, ମାଛ ଅମଳ ଓ ମାଛ ଫ୍ୟାକ୍ଟ୍ରୀର ପରିଚାଳନା କାମ ବି ହୋଇପାରିବ। ସମସ୍ତ ମତ୍ସ୍ୟଜାତୀୟ ସାମଗ୍ରୀ ବିକ୍ରି ଉପରେ କୌଣସି କଟକଣା ନାହିଁ। ମତ୍ସ୍ୟ ଶିଳ୍ପ ସହ ସଂପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ୱାଭାବିକ ରହିବ। ତେବେ ଏହି କାର୍ଯ୍ୟ ଚାଲିବା ବେଳେ ସାମାଜିକ ଦୂରତ୍ୱ ରକ୍ଷା କରିବା ଜରୁରୀ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ଏହା ପୂର୍ବରୁ ଲକ୍ଡାଉନ୍ ସମୟରେ ଚାଷ ସହିତ ଜଡ଼ିତ ଅନେକ କାମ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ। କୃଷି କାର୍ଯ୍ୟ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ଅନୁମତି ଦେଇଥିଲେ। କୃଷି ଉପକରଣ ବିକ୍ରି କରୁଥିବା ଦୋକାନ ଖୋଲି ରହିବ ବୋଲି କହିଥିଲେ।
from Odisha Reporter https://ift.tt/3eb0ui5
No comments:
Post a Comment