ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 10, 2020

ହାତ ତିଆରି ମାସ୍କ ପିନ୍ଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରୁଥିବାବେଳେ ମୋଦି ହାତ ତିଆରି ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଆଡଭାଇଜାରି ଜାରି କରି ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ଅନିର୍ବାର୍ଯ୍ୟ କରିଛି। ଏବେ ଅନେକ ରାଜ୍ୟ ମଧ୍ୟ ଘରୁ ବାହାରକୁ ବାହାରିଲା ବେଳେ ମାସ୍କ ପିନ୍ଧିବାକୁ ଅନିର୍ବାର୍ଯ୍ୟ କରିଛି।

ଓଡ଼ିଶା, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଆଦି ଅନେକ ରାଜ୍ୟରେ ମାସ୍କ ନପିନ୍ଧିଲେ ମାମଲା ରୁଜୁ କରାଯିବା ସହିତ ଜୋରିମାନା ଆଦାୟ କରାଯାଉଛି। ଓଡ଼ିଶାରେ ଗତ ନଅ ତାରିଖ ପାଖରୁ ଏହି ନିୟମ ପାଳନ କରାଯାଉଛି। ମାସ୍କ ନଥିଲେ ସଫା ରୁମାଲ, ଓଢ଼ଣୀ କିମ୍ୱା ଗାମୁଛା ଆଦି ବ୍ୟବହାର କରିପାରିବେ।

ଏପ୍ରିଲ ୧୪ରେ ଲକଡାଉନ୍ ଅବଧି ଶେଷ ହେଉଛି। ଦେଶବ୍ୟାପୀ ଲକ୍‌ଡାଉନ୍ ଅବଧି ଆଉ ବୃଦ୍ଧି ହେବ କି ନାହିଁ, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରୁଛନ୍ତି। ତିନି ଦିନ ତଳେ ପ୍ରଧାନମନ୍ତ୍ରୀ କରୋନା ସ୍ଥିତି ସମ୍ପର୍କରେ ସବୁ ଦଳର ସାଂସଦଙ୍କ ସହ ଆଲୋଚନା କରିଥିଲେ। ତା’ ପୂର୍ବରୁ କେନ୍ଦ୍ର ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଓ ବିଭିନ୍ନ ରାଜ୍ୟ ପକ୍ଷରୁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ନେଇ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ଉତ୍ତପ୍ରଦେଶ ଓ ଛତିଶଗଡ଼ ସରକାରଙ୍କ ପକ୍ଷରୁ ମଧ୍ୟ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ମିଳିଛି। ତେବେ ତା’ ପୂର୍ବରୁ ଗୁରବାର ଠାରୁ ଓଡ଼ିଶା ଏବଂ ଗତକାଲି ପଞ୍ଜାବ ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଘୋଷଣା କରି ସାରିଛନ୍ତି।



from Odisha Reporter https://ift.tt/3aZQk1H

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages