ମହାମାରୀ କରୋନାରେ ବିଲେଇ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ମହାମାରୀ କରୋନାରେ ବିଲେଇ ଆକ୍ରାନ୍ତ

ନ୍ୟୁୱର୍କ: ବିଶ୍ୱର ମନୁଷ୍ୟ ସମାଜ ପାଇଁ ଘାତକ ସାଜିଥିବା ମହାମାରୀ କରୋନା ଭାଇରସ ଏବେ ପଶୁପକ୍ଷୀଙ୍କୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ପୂର୍ବରୁ ଆପଣ କୁକୁର ଓ ବାଘ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଖବର ଶୁଣିଥିଲେ। ହେଲେ ଏବେ ପ୍ରଥମଥର ପାଇଁ ଦୁଇଟି ପୋଷା ବିଲେଇ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି।

ଆମେରିକାର ନ୍ୟୁୱର୍କରେ ମଣିଷ ଶରୀରରୁ କରୋନା ବିଲେଇ ଶରୀରରେ ପ୍ରବେଶ କରିଛି। କରୋନାରେ ଆକ୍ରାନ୍ତ ହେବା ପରେ ମଣିଷ ପରି ବିଲେଇ ଦ୍ୱୟ ମଧ୍ୟ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ହେଲେ ମଣିଷ ତୁଳନାରେ ସେମାନଙ୍କ ଶରୀରରେ କରୋନା ଦ୍ରୁତ ଗତିରେ ବଢ଼ି ପାରୁନାହିଁ। ତେଣୁ କରୋନାରେ ଆକ୍ରାନ୍ତ ହୋଇଥିବା ବିଲେଇ ଦ୍ୱୟ ସୁସ୍ଥ ହୋଇଯିବେ ବୋଲି ପଶୁ ଚିକିତ୍ସିକମାନେ କହିଛନ୍ତି।

ବିଶେଜ୍ଞମାନେ କହିଛନ୍ତି, ଏହି ବିଲେଇ ଦ୍ୱୟ କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମଣର ଶିକାର ହୋଇଛନ୍ତି। ପ୍ରଥମ ବିଲେଇଟି ରହୁଥିବା ଘରର ମାଲିକ କିଛି ଦିନ ତଳେ ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିଥିଲେ। ତେବେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ବିଲେଇଟି ଅନେକ ସମୟରେ ବାହାରେ ଓ ଆଖପାଖ ଘରକୁ ବୁଲିବାକୁ ଯାଏ। ତେଣୁ ଏହି ସମୟରେ ସେ କୌଣସି କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛି।

ଦ୍ୱିତୀୟ ବିଲେଇଟି ରହୁଥିବା ଘରର ମାଲିକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତେଣୁ ତାଙ୍କ ଶରୀରରୁ ଭାଇରସ ବିଲେଇ ଶରୀରକୁ ଯାଇଛି। ଏହି ଘରେ ଆଉ ଏକ ବିଲେଇ ରହୁଥିଲା। କିନ୍ତୁ ତା’ ଶରୀରରେ କୌଣସି ଭୂତାଣୁ ଠାବ ହୋଇନାହିଁ।

ବିଲେଇ ଦ୍ୱୟଙ୍କର କଫ ହେବା ସହ ନାକରୁ ପାଣି ବୋହିଥିଲା। ଫଳରେ ସେମାନଙ୍କର କୋଭିଡି-୧୯ ପରୀକ୍ଷା ଏକ ଭେଟେରିନାରୀ ଲ୍ୟାବରେ କରାଯାଇଥିଲା। ମଣିଷମାନଙ୍କ ସ୍ୱାବ ଯେଉଁ ଭଳି ପରୀକ୍ଷା କରାଯାଏ, ବିଲେଇଙ୍କ ପରୀକ୍ଷା ସେଭଳି ହୋଇ ନଥିଲା। ଏକାଧିକ କେମିକାଲ ମିଶାଇ ଏହାର ପରୀକ୍ଷା କରାଯିବା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି।

ବିଶେଷଜ୍ଞମାନେ କହିଛନ୍ତି, ଲୋକମାନେ ପଶୁପକ୍ଷୀଙ୍କୁ କରୋନା ହେଉଛି ବୋଲି ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ। କାରଣ ସେମାନଙ୍କ ଶରୀରରେ କରୋନା ଆଦୌ ଦ୍ରୁତଗତିରେ ବଢ଼ିବ ନାହିଁ। ସେମାନେ ସୁସ୍ଥ ହୋଇଯିବେ। ସେହିପରି ମଣିଷ ଶରୀରରୁ କରୋନା ପଶୁପକ୍ଷୀଙ୍କୁ ସଂକ୍ରମଣ ହେଉଥିଲେ ହେଁ ଏହା ପଶୁପକ୍ଷୀଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମଣ ହୋଇ ନଥାଏ।

ସେହିପରି ପଶୁପକ୍ଷୀମାନେ ଆଦୌ କରୋନା ସଂକ୍ରମଣକୁ ବୃଦ୍ଧି କରିପାରନ୍ତି ନାହିଁ। କରୋନା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ହୁଏ। ହେଲେ ପଶୁପକ୍ଷୀମାନେ କରୋନାର ବାହକ ନୁହନ୍ତି। କରୋନାରେ ସଂକ୍ରମଣ ହେଉଥିବା ପଶୁପକ୍ଷୀମାନଙ୍କୁ ଲୋକେ ଘରେ ରଖି ବି ଚିକିତ୍ସା କରିପାରିବେ। ଏଥିରେ ଆଦୌ ବିପଦ ନାହିଁ। ତେଣୁ ନିଜର ପୋଷା ପଶୁପକ୍ଷୀଙ୍କୁ ନେଇ କେହି ବି ଚିନ୍ତିତ ହୁଅନ୍ତୁ ନାହିଁ କିମ୍ବା ସେମାନଙ୍କ ପରୀକ୍ଷା ପାଇଁ ହସ୍ପିଟାଲରେ ଭିଡ଼ କରନ୍ତୁ ନାହିଁ।



from Odisha Reporter https://ift.tt/2VSbbh8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages