ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 22, 2020

ଟ୍ରକ୍‌କୁ ପିଟିଲା ଟ୍ରକ୍‌, ଜଣଙ୍କ ଜୀବନ ଗଲା

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ତଳନଗର ନିକଟରେ ଏକ ପ୍ଲାଷ୍ଟିକ୍‌ ସାମଗ୍ରୀ ବୋଝେଇ ହେଉଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଏକ କୋଇଲା ବୋଝେଇ ଟ୍ରକ୍‌। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଗୁରୁତର ହୋଇଛି। ମୃତକଙ୍କ ନାଁ ତପନ ନାୟକ। ତାଙ୍କ ଘର ତଳନଗର ଅଞ୍ଚଳରେ।

ସୂଚନାଅନୁସାରେ, ଗତ ସୋମବାର ତଳନଗର ନିକଟରେ ଏକ ପ୍ଲାଷ୍ଟିକ୍‌ ସାମଗ୍ରୀ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେଣୁ ଗତକାଲି ସେହି ଟ୍ରକ୍‌ରୁ ଆଉ ଏକ ଟ୍ରକ୍‌କୁ ପ୍ଲାଷ୍ଟିକ୍ ସାମଗ୍ରୀ ଲୋଡ୍‌ ହେଉଥିଲା।

ରାତି ପ୍ରାୟ ୯ଟା ବେଳେ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍‌ ପ୍ଲାଷ୍ଟିକ୍‌ ସାମଗ୍ରୀ ଲୋଡ୍‌ ହେଉଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ  ତପନ ନାୟକଙ୍କ ମୃତ୍ୟୁ ଘଟିଥିଲା।

ଖବର ପାଇ ସୋର ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୁରୁତର ୧୧ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

 



from Odisha Reporter https://ift.tt/2Vt3A9K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages