ପୁଲିସ୍‌ ପୋଷାକରେ ଭୟଙ୍କର ହମଲା, ୧୬ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ପୁଲିସ୍‌ ପୋଷାକରେ ଭୟଙ୍କର ହମଲା, ୧୬ ଜଣଙ୍କ ମୃତ୍ୟୁ

ଟୋରୋଣ୍ଟୋ: କାନାଡାର ଉତ୍ତରପୂର୍ବ ଅଞ୍ଚଳ ନୋଭା ସ୍କୋଟିଆରେ ଆଜି ପୁଲିସ୍ ପୋଷାକ ପିନ୍ଧି ଜଣେ ଆତତାୟୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ପୁଲିସ୍‌ କର୍ମଚାରୀ ମଧ୍ୟ ରହିଛନ୍ତି।

ପୁଲିସ୍‌ର ଜବାବୀ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ୫୧ ବର୍ଷୀୟ ଗାବ୍ରିଏଲ ୱର୍ଟମ୍ୟାନ ମଧ୍ୟ ପ୍ରାଣ ହରାଇଛି। ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗାବ୍ରିଏଲ ପୁଲିସ୍‌ ପୋଷାକ ଓ ଏକ ପୁଲିସ୍‌ ଗାଡ଼ି ଧରି ଇନଫିଲ୍ଡ ସ୍ଥିତ ଗ୍ୟାସ ଷ୍ଟେସନ ନିକଟରେ ପହଞ୍ଚିଥିଲା। ସେଠାରେ ସେ ପ୍ରଥମେ କିଛି ଘରେ ନିଆଁ ଲଗାଇ ଦେଇଥିଲା।

ଏହାପରେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରିଥିଲା। ସୁରକ୍ଷାକର୍ମୀମାନେ ମଧ୍ୟ ଚାରିପଟୁ ଘେରି ଯାଇ ଲୋକଙ୍କୁ ଉଦ୍ଧାର କରିବା ସହ ଗୁଳିମାଡ଼ର ପାଲଟା ଜବାବ ଦେଇଥିଲେ। ପ୍ରାଥମିକ ରିପୋର୍ଟରେ ପୁଲିସ୍‌ ଗାବ୍ରିଏଲକୁ ଗିରଫ କରିଥିବା ଦର୍ଶାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ସେ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଥିବା କୁହାଯାଇଛି।

ଏହି ଏନକାଉଣ୍ଟରରେ ୨୩ ବର୍ଷୀ ମହିଳା ପୁଲିସ୍‌ କନଷ୍ଟେବଲ ହେଇଡି ଷ୍ଟେଭେନସନ ପ୍ରାଣ ହରାଇଛନ୍ତି। ତେବେ ପୁଲିସ୍ ପକ୍ଷରୁ ଆକ୍ରମଣର କାରଣ ସମ୍ପର୍କରେ କୁହାଯାଇନାହିଁ।



from Odisha Reporter https://ift.tt/2yqtqSQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages