ସୁତପାଙ୍କ ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ମନସ୍ଥ କରିଥିଲେ ଇର୍‌ଫାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ସୁତପାଙ୍କ ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ମନସ୍ଥ କରିଥିଲେ ଇର୍‌ଫାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ ଆଉ ନାହାନ୍ତି। ‘ସଲାମ୍ ବମ୍ବେ’, ‘ହାସିଲ୍‌’, ‘ମକବୁଲ୍‌’, ‘ଦ ନେମ୍‌ସେକ୍‌’, ‘ଲାଇଫ୍‌ ଇନ୍‌ ଏ ମେଟ୍ରୋ’, ‘ସ୍ଲମ୍‌ଡଗ୍ ମିଲେନିୟର’, ‘ସାତ୍‌ ଖୁନ୍ ମାଫ୍‌’, ‘ପାନ୍ ସିଂହ ତୋମାର’, ‘ଦ ଲଞ୍ଚ ବକ୍ସ’, ‘ହାଇଦର’, ‘ପିକୁ’, ‘ହିନ୍ଦୀ ମିଡିୟମ’ ଓ ଅଂଗ୍ରେଜୀ ମିଡିୟମ’ ଭଳି ଫିଲ୍ମରେ କାମ କରିଥିବା ଏହି ଅଭିନେତାଙ୍କର ଆଜି ୫୩ ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ଦୁଇ ବର୍ଷ ତଳେ କ୍ୟାନସର ରୋଗରେ ପୀଡ଼ିତ ହୋଇ ବିଦେଶରେ ଚିକିତ୍ସିତ ହୋଇ ଫେରିଥିବା ଇର୍‌ଫାନ୍ କିଛି ଦିନ ହେଲା ଅସୁସ୍ଥ ଥିଲେ। ଗତକାଲି ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କର ମଳଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଆଉ ପତ୍ନୀ ସୁତପା ସିକ୍‌ଦାର ଓ ଦୁଇ ପୁଅଙ୍କୁ ଛାଡ଼ି ସେ ଆରପାରିକୁ ଚାଲି ଯାଇଛନ୍ତି।

ପତ୍ନୀ ସୁତପାଙ୍କୁ ସେ ବହୁତ ଭଲ ପାଉଥିଲେ। ଦୁହେଁ ପ୍ରେମ ବିବାହ କରିଥିଲେ। ଏ ପ୍ରେମ ଏନ୍‌ଏସ୍‌ଡିରୁ ଆରମ୍ଭ ହୋଇଥିଲା। ସୁତପା ସେଠାରେ ତାଙ୍କର କ୍ଲାସ୍‌ମେଟ୍ ଥିଲେ। ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ସବୁବେଳେ ସୁତପା ତାଙ୍କ ସହିତ ରହିଥିଲେ। ଇର୍‌ଫାନ୍‌ ସବୁ ସୁଖଦୁଃଖର ସାଥୀ ହୋଇଥିଲେ।

ଇର୍‌ଫାନ୍‌ଙ୍କ ଜୀବନ ପ୍ରଥମରୁ ହିଁ ସଂଘର୍ଷମୟ ଥିଲା। National school of drama(NSD)ରେ ଆଡ୍‌ମିଶନ୍‌ ହେବା ପରେ ପରେ ହିଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଇର୍‌ଫାନ୍‌ଙ୍କୁ ଘରୁ ଟଙ୍କା ମିଳିବା ବନ୍ଦ ହୋଇଯାଇଥିଲା। ଏନ୍‌ଏସ୍‌ଡିରୁ ମିଳୁଥିବା ଫେଲୋସିପ୍‌ ଜରିଆରେ ସେ ନିଜର କୋର୍ସ ସମ୍ପୂର୍ଣ୍ଣ କରିଥିଲେ।। ସୁତପା ସେ ସମୟରେ ଇର୍‌ଫାନ୍‌ଙ୍କୁ ବହୁତ ସପୋର୍ଟ କରୁଥିଲେ। ସେତେବେଳେ ଖାଇବାକୁ ଇର୍‌ଫାନ୍‌ଙ୍କ ପାଖରେ ଟଙ୍କା ନଥିଲା। ସୁତପା ତାଙ୍କ ପାଇଁ ଘରୁ ଟିଫିନ୍‌ ବନେଇ ଆଣୁଥିଲେ।

ଇର୍‌ଫାନ୍‌ ଓ ସୁତପା ୧୯୯୫ ମସିହାରେ ବିବାହ କରିଥିଲେ। ସୁତପାଙ୍କୁ ବିବାହ କରିବା ପାଇଁ ସେ ଧର୍ମ ପରିବର୍ତ୍ତନ କରିବାକୁ ବି ମନସ୍ଥ କରିଥିଲେ। ହେଲେ ସୁତପାଙ୍କ ପରିବାର ଲୋକଙ୍କର ଏହି ବିବାହରେ କୌଣସି ଆପତ୍ତି ନଥିଲା। ତେଣୁ ଇର୍‌ଫାନ୍‌ଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ପଡ଼ିନଥିଲା।



from Odisha Reporter https://ift.tt/2SiIE3p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages