ଇର୍‌ଫାନ୍‌ଙ୍କ ମୃତ୍ୟୁ ଖବର ପାଇବା ପରେ କ’ଣ କହିଲେ ବିଗ୍ ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 29, 2020

ଇର୍‌ଫାନ୍‌ଙ୍କ ମୃତ୍ୟୁ ଖବର ପାଇବା ପରେ କ’ଣ କହିଲେ ବିଗ୍ ବି

ନୂଆଦିଲ୍ଲୀ: ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ମତୁଆଲା କରି ରଖୁଥିବା ବଲିଉଡ ଅଭିନେତା ଇରଫାନ୍ ଖାନ୍ ଏବେ ପରଲୋକରେ। ଦେଶ ଯେତେବେଳେ କରୋନା ମହାମାରୀ ସଙ୍କଟରେ ପଡ଼ିଛି ସେହି ସମୟରେ ଦେଶବାସୀ ହରାଇଛନ୍ତି ଜଣେ ଆଗଧାଡ଼ିର ନେତାଙ୍କୁ। ଟିଭି ପରଦାରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଇରଫାନ୍ କେବଳ ବଲିଉଡରେ ସୀମିତ ନଥିଲେ। ହଲିଉଡର ଅନେକ ଫିଲ୍ମରେ ମଧ୍ୟ ସେ ତାଙ୍କର ପ୍ରତିଭା ଦେଖାଇଛନ୍ତି। ଇରଫାନ ଅସୁସ୍ଥ ଥିଲେ। ମଙ୍ଗଳବାର ସେ ମୁମ୍ୱାଇର କୋକିଳାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଇରଫାନଙ୍କ ବିୟୋଗରେ ତାଙ୍କର ସହଯୋଗୀ କଳାକାର, ସମ୍ପର୍କୀୟ, ପ୍ରଶଂସକ ଏବେ ସ୍ତବ୍ଧ। ନିଜର ପ୍ରିୟ ଲୋକଙ୍କୁ ବିଦାୟ ଦେବାକୁ ଯାଇ ସୋଶାଲ ମିଡିଆରେ ଇରଫାନଙ୍କ ଉଦ୍ଦେଶ୍ୟରେ ନିଜର ବାର୍ତ୍ତା ଦେଇଛନ୍ତି।

ଅମିତାଭ ବଚ୍ଚନ

ଇରଫାନ୍ ଖାନଙ୍କ ବିୟୋଗ ଖବର ମିଳିବା ପରେ ମୁଁ ମର୍ମାହତ। ଜଣେ ପ୍ରତିଭାବାନ ବ୍ୟକ୍ତି ସହିତ ସହଯୋଗୀଙ୍କୁ ମୁଁ ହରାଇଛି। ସିନେମା ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ସେ ବହୁତ ଶୀଘ୍ର ଆମମାନଙ୍କୁ ଛାଡ଼ି ଚାଲିଗଲେ। ତାଙ୍କ ସ୍ଥାନ ଅପୂରଣୀୟ ହୋଇ ରହିବ।

ଅଶୋକ ଗେହଲଟ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ଟୁଇଟ୍ କରି ଲେଖିଛନ୍ତି, ଦେଶର ପ୍ରତିଭାବାନ କଳାକାରଙ୍କ ମଧ୍ୟରୁ ଆଜି ଜଣଙ୍କୁ ଦେଶ ହରାଇଛି। ଇରଫାନ ଖାନଙ୍କ ବିୟୋଗ ଶୁଣି ମର୍ମାହତ। ଭଗବାନ ତାଙ୍କ ପରିବାର ଲୋକଙ୍କୁ ଶକ୍ତି ଦିଅନ୍ତୁ।

ଅରବିନ୍ଦ କେଜ୍ରିଓ୍ୱାଲ

ଇରଫାନ୍ ଖାନଙ୍କ ବିୟୋଗ ଖବର ଶୁଣି ମର୍ମାହତ। ଆମ ସମୟର ସେ ଜଣେ ପ୍ରତିଭାବାନ କଳାକାର। ତାଙ୍କର ଅଭିନୟକୁ ଆଗାମୀ ଦିନରେ ସମସ୍ତେ ମନେ ରଖିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।



from Odisha Reporter https://ift.tt/2ShAXui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages