ଦିଲ୍ଲୀରେ ଖୋଲିଲାନି କୌଣସି ଦୋକାନ, ଲକଡାଉନ ବୃଦ୍ଧି କରିପାରନ୍ତି କେଜ୍ରି ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

ଦିଲ୍ଲୀରେ ଖୋଲିଲାନି କୌଣସି ଦୋକାନ, ଲକଡାଉନ ବୃଦ୍ଧି କରିପାରନ୍ତି କେଜ୍ରି ସରକାର

ନୂଆଦିଲ୍ଲୀ: ହଟସ୍ପଟ ଓ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଜିଠାରୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସମସ୍ତ ଦୋକାନ ଖୋଲିପାରିବ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଦିଲ୍ଲୀ ସରକାର ନିଜ ରାଜ୍ୟରେ କୌଣସି ପ୍ରକାରର ଦୋକାନ ଖୋଲିବାକୁ ଏବେ ସୁଦ୍ଧା ଅନୁମତି ଦେଇନାହାନ୍ତି। ଦିଲ୍ଲୀରେ କରୋନା ସ୍ଥିତି ବଢ଼ୁଥିବାରୁ କ୍ଷମତାସୀନ କେଜ୍ରିୱାଲ ସରକାର ପ୍ରଥମେ ସ୍ଥିତିର ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ଦିଲ୍ଲୀରେ ବର୍ତ୍ତମାନ ୯୨ଟି କଣ୍ଟେନମେଣ୍ଟ ଜୋନ ଚିହ୍ନଟ ହୋଇଛି।

ସେହିପରି ମେ’ ୩ରେ ଶେଷ ହେବାକୁ ଥିବା ଦେଶବ୍ୟାପୀ ଲକଡାଉନକୁ ଦିଲ୍ଲୀ ସରକାର ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ହେଲେ ଏପ୍ରିଲ ୩୦ ପରେ ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବା ବୋଲି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସମୀକ୍ଷା ଓ ଆଲୋଚନା କରାଯାଉଛି।

ଯାହା ବି ନିଷ୍ପତ୍ତି ହେବ, ଏପ୍ରିଲ ୩୦ ପରେ ଏହାକୁ ଲାଗୁ କରାଯିବ। ଜାହାନଗିରିପୁରି ଅଞ୍ଚଳରେ ଅନେକ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଅଞ୍ଚଳରେ ଥିବା ବାବୁ ଜବଜୀବନ ରାମ ହସ୍ପିଟାଲରେ ମଧ୍ୟ କିଛି ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2VV4aw9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages