କେନ୍ଦ୍ରର ସ୍ପଷ୍ଟୀକରଣ, ସହରରେ ବି ଏହି ସବୁ ଦୋକାନ ଖୋଲିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 24, 2020

କେନ୍ଦ୍ରର ସ୍ପଷ୍ଟୀକରଣ, ସହରରେ ବି ଏହି ସବୁ ଦୋକାନ ଖୋଲିବ

ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ଆଜିଠାରୁ ବିଭିନ୍ନ ଦୋକାନ ଖୋଲିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରି ପୌରପାଳିକା ବାହାରେ ଓ ଆବାସିକ ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକ ଖୋଲି ପାରିବ ବୋଲି କହିଥିଲେ।

ସେହିପରି ଯେଉଁ ଦୋକାନ ଗୁଡ଼ିକ ଶପ ଓ ଏଷ୍ଟାବ୍ଲିସମେଣ୍ଟ ଆକ୍ଟରେ ପଞ୍ଜୀକରଣ କରିଥିବେ ସେଗୁଡ଼ିକ ହିଁ ଖୋଲିବ ବୋଲି ଏଥିରେ କୁହାଯାଇଥିଲା। ତେବେ ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମୁଖପାତ୍ର ପକ୍ଷରୁ ଟ୍ୱିଟ କରି ସ୍ପଷ୍ଟୀକରଣ ଦିଆଯାଇଛି।

ଏହି ଟ୍ୱିଟ ଅନୁଯାୟୀ, ଗ୍ରାମାଞ୍ଚଳରେ କେବଳ ମଲକୁ ଛାଡ଼ି ଆଉ ସମସ୍ତ ଦୋକନା ଖୋଲିବ। ଏଥିରେ ଜରୁରୀ ସାମଗ୍ରୀ ବିକ୍ରି ହେଉ ନଥିବା ଦୋକାନଗୁଡ଼ିକ ମଧ୍ୟ ସାମିଲ ହେବ।

ସହରର ଅଞ୍ଚଳରେ ମାର୍କେଟ କମ୍ପ୍ଲେକ୍ସ, ମାର୍କେଟ ଓ ଶପିଂ ମଲରେ ଥିବା ଦୋକାନାକୁ ଛାଡ଼ି ଆଉ ସବୁ ପ୍ରତିଷ୍ଠାନ ଖୋଲିବ। ଅର୍ଥାତ ରାସ୍ତା କଡ଼ ଓ ଆବାସିକ ଅଞ୍ଚଳ ବା କଲୋନୀ ମଧ୍ୟରେ ଥିବା ଦୋକାନ ଗୁଡ଼ିକ କାର୍ଯ୍ୟକ୍ଷମ ହେବ।

ଇ-କର୍ମସ କମ୍ପାନୀ ଗୁଡ଼ିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚାଇ ପାରିବେ। ତେବେ ମଦ ଦୋକାନ ଉପରେ ପୂର୍ବଭଳି କଟକଣା ଲାଗିବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ସ୍ଥାନରେ ବି ମଦ ବିକ୍ରି ହୋଇପାରିବ ନାହିଁ।

ଏହି କଟକଣା କୋହଳ ନୀତି କୌଣସି ବି କଣ୍ଟେନମେଣ୍ଟ ଓ ହଟସ୍ପଟ ଅଞ୍ଚଳରେ ଥିବା ଦୋକାନ ପାଇଁ ଲାଗୁ ହେବନାହିଁ।  ଅନ୍ୟପକ୍ଷରେ ସିନେମା ହଲ, ଶପିଂ କମ୍ପ୍ଲେକ୍ସ, ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ,ବାର ଓ ଥିଏଟର ପୂର୍ବଭଳି ବନ୍ଦ ରହିବ।

ଦୋକାନ ଖୋଲିବାକୁ ଥିଲେ ମଧ୍ୟ ଏଠାରେ ୫୦% କର୍ମଚାରୀ କାମ କରିବେ ଓ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ସେହିପରି କେବଳ ଦୋକାନ ଓ ପ୍ରତିଷ୍ଠାନ ଆଇନରେ ପଞ୍ଜୀକରଣ କରିଥିବା ଦୋକାନ ଗୁଡ଼ିକ ହିଁ କାର୍ଯ୍ୟକ୍ଷମ ହେବ।

 



from Odisha Reporter https://ift.tt/2xarRs0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages