ଆଜିଠୁ ମାସ୍କ ବାଧ୍ୟତାମୂଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ଆଜିଠୁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁସାରେ, ଆଜିଠୁ ଘରୁ ବାହାରିବା ବେଳେ ସମସ୍ତେ ମାସ୍କରେ ନିଜ ପାଟି ଓ ନାକକୁ ଘୋଡ଼ାଇ ରଖିବା ବାଧ୍ୟତାମୂଳକ କରାଯାଇଛି।

ତେବେ କେବଳ ବଜାରରେ ମିଳୁଥିବା ମାସ୍କ ନୁହେଁ, ଜଣେ ଚାହିଁଲେ ସଫା ସୂତା କପଡ଼ା କିମ୍ବା ଗଞ୍ଜି କପଡ଼ାକୁ ଲୁଣ ପାଣିରେ ଫୁଟାଇ ଖରାରେ ଶୁଖାଇ ମାସ୍କ ତିଆରି କରିପାରିବେ।

ଗାମୁଛା ଓ ଶାଢ଼ିକୁ ଦୁଇ ପରସ୍ତ କରି ମଧ୍ୟ ମୁହଁକୁ ଘୋଡ଼ାଇ ହେବ। ତେବେ ୨ ବର୍ଷରୁ କମ୍ ବୟସର ଶିଶୁ, ଶ୍ୱାସ ରୋଗୀ, ଅଚେତ ବ୍ୟକ୍ତି ଓ ବିଛଣାରେ ପଡ଼ିଥିବା ଅସହାୟଙ୍କୁ ମାସ୍କ ଲଗାଇବାକୁ ମନା କରାଯାଇଛି। ଲୋକମାନେ ଘରୁ ବାହାରିଲେ ମାସ୍କ ଲଗାଇବେ ଏବଂ ଘରକୁ ଫେରିବା ପରେ ଗରମପାଣି ଓ ସାବୁନରେ ମାସ୍କକୁ ଭଲଭାବେ ସଫା କରି ଖରାରେ ଶୁଖାଇ ପୁଣି ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି କୋଭିଡ୍ ୧୯ ମୁକାବିଲା କମିଟି ମୁଖପାତ୍ର ସୁବ୍ରତ ବାଗଚୀ।



from Odisha Reporter https://ift.tt/3c48X4N

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages