କରୋନା: ଗୋଟିଏ ଦିନରେ ଆମେରିକାରେ ଗଲା ୧,୯୩୪ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

କରୋନା: ଗୋଟିଏ ଦିନରେ ଆମେରିକାରେ ଗଲା ୧,୯୩୪ ଜୀବନ

ନ୍ୟୁୟର୍କ: ଆମେରିକାରେ ବେକାବୁ ହୋଇଛି କରୋନା। ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୯୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ ଆମେରିକାରେ ୧୪,୭୮୮ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ମୃତ୍ୟୁ ସଂଖ୍ୟା ଥିଲା ୧୨, ୮୪୮। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୩୪,୯୨୭ରେ ପହଞ୍ଚିଛି। ୩୧, ୯୩୫ ଜଣ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଆମେରିକା ପରେ ସ୍ପେନରେ ସର୍ବାଧିକ ଆକ୍ରାନ୍ତ ହୋଇଛନ୍ତି। ମୋଟ୍ ୧୪୮, ୨୨୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୪,୭୯୨ ଜଣଙ୍କର ମୃତ୍ୟୁ ଘଟିଛି। ଯାହାକି ଆମେରିକାଠୁ ଅଧିକ। ଗତ ୨୪ ଘଣ୍ଟାରେ ୭୪୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬,୨୭୮ ଜଣ ନୂଆ ସଂକ୍ରମିତ ହୋଇଛନ୍ତି।

ଇଟାଲୀରେ ମଧ୍ୟ ପୂର୍ବ ତୁଳନାରେ ମୃତ୍ୟୁ ସଂଖ୍ୟା କମିଛି। ଗତ ୨୪ ଘଣ୍ଟାରେ ୫୪୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏଯାବତ ୧୭,୬୬୯ ଜଣଙ୍କର ମୃତ୍ୟୁ ଘଟିଛି। ମୋଟ୍ ୧୩୯, ୪୨୨ ଜଣ ସଂକ୍ରମିତ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ୩,୮୩୬ ଜଣ ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ପ୍ରତିଦିନ ମୃତ୍ୟୁ ସଂଖ୍ୟା ହଜାରେ ପାଖାପାଖି ରହୁଥିଲା।

ଫ୍ରାନ୍ସରେ ମୃତ୍ୟୁ ସଂଖ୍ୟା ୧୦,୮୬୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୪୧ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧୧୨, ୯୫୦ ଛୁଇଁଥିବାବେଳେ ୨୪ ଘଣ୍ଟା ମଧ୍ୟରେ ୩,୮୮୧ ଜଣ ସଂକ୍ରମିତ ହୋଇଛନ୍ତି।

ସୂଚନାଯୋଗ୍ୟ, ଚାଇନାର ଉହାନରୁ ବ୍ୟାପିଥିବା ଏହି ଭାଇରସ ଏଯାବତ ବିଶ୍ୱର ୨୦୯ଟି ଦେଶକୁ ବ୍ୟାପିଛି। ମୋଟ୍ ୧,୫୧୭,୯୬୦ ଜଣ ସଂକ୍ରମିତ ହୋଇଥିବାବେଳେ ୮୮,୪୫୫ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୩୩୦, ୨୬୬ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।



from Odisha Reporter https://ift.tt/2y4xSq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages