‘ପିଏମ୍‌ କେୟାରସ୍‌’ ଫଣ୍ଡକୁ ଦାନ ପରେ ପୁଣିଥରେ ସାହାଯ୍ୟ କରିବେ ବରୁଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 9, 2020

‘ପିଏମ୍‌ କେୟାରସ୍‌’ ଫଣ୍ଡକୁ ଦାନ ପରେ ପୁଣିଥରେ ସାହାଯ୍ୟ କରିବେ ବରୁଣ

ମୁମ୍ବାଇ: କରୋନା ଭାଇରସ୍ ଧୀରେ ଧୀରେ ଭୟଙ୍କର ରୂପ ନେଲାଣି। ସାରା ବିଶ୍ୱ ଏବେ କରୋନା ବିରୁଦ୍ଧରେ ଯୁଦ୍ଧ ଚଲାଇଛି। ଭାରତ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି। ଏଥି ସହ ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିବା ସହିତ ଗରିବ ଓ ଅଭାବି ଲୋକମାନଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ତେବେ ଏଥିରେ ଆଗେଇ ଆସିଛନ୍ତି ବହୁ ବଲିଉଡ ଅଭିନେତା। କିଏ ରିଲିଫ ପାଣ୍ଠିକୁ ଟଙ୍କା ଦାନ କରୁଛି ତ କିଏ ଗରିବ ଓ ଜରୁରୀ ସେବା ପ୍ରଦାନକାରୀଙ୍କୁ ସାହାଯ୍ୟ କରିବାକୁ ଆଗେଇଆସିଛନ୍ତି। ଅଭିନେତା ବରୁଣ ଧୱନ ମଧ୍ୟ ‘ପିଏମ୍‌ କେୟାରସ୍‌’ ଫଣ୍ଡକୁ ଟଙ୍କା ଦାନ କରିବା ପରେ ଏବେ ପୁଣିଥରେ ସାହାଯ୍ୟ ପାଇଁ ହାତ ବଢ଼ାଇଛନ୍ତି।

‘ପିଏମ୍‌ କେୟାରସ୍‌’ ଫଣ୍ଡକୁ ୩୦ ଲକ୍ଷ ଟଙ୍କା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦେବାପରେ ଏବେ ବରୁଣ ନିଜ ଇନଷ୍ଟାଗ୍ରାମରେ ଆଉ ଏକ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ‘ଲକଡାଉନ୍ ସମୟରେ ଘରେ ଥିବାବେଳେ, ଯେଉଁମାନେ ଏହି ସଙ୍କଟ ସମୟରେ ନିଜ ଘରୁ ଦୂରରେ ଅଛନ୍ତି ଏବଂ ଯେଉଁମାନଙ୍କର ଘର କି ଚାକିରୀ ନାହିଁ ସେମାନଙ୍କ ପ୍ରତି ମୋର ସହାନୁଭୂତି ରହିଛି। ତେଣୁ ଏହିପରି ଲୋକଙ୍କ ପାଇଁ ମୁଁ ମାଗଣା ଖାଦ୍ୟ ଯୋଗାଇବାକୁ ନିଷ୍ପତ୍ତି ନେଇଛି।’

View this post on Instagram

#happyrepublicday🇮🇳

A post shared by Varun Dhawan (@varundvn) on

ଏହା ବ୍ୟତୀତ ବରୁଣ, ଏଭଳି ପରିସ୍ଥିତିରେ ଯେଉଁ ଡାକ୍ତର ଓ ମେଡିକାଲ ଷ୍ଟାଫମାନେ ନିଜ ଜୀବନକୁ ସଂକଟରେ ପକାଇ କରୋନା ଭାଇରସ ସହ ଲଢ଼ୁଛନ୍ତି ସେମାନଙ୍କର ପ୍ରଶଂଶା କରିବା ସହ ସେମାନଙ୍କ ପାଇଁ ମଧ୍ୟ ଖାଦ୍ୟ ଉପଲବ୍ଧ କରାଇବେ ବୋଲି କହିଛନ୍ତି। ବରୁଣ କହିଛନ୍ତି ଯେ ଏହା ଏକ ବହୁତ ଛୋଟ ପଦେକ୍ଷପ ହୋଇପାରେ, ହେଲେ ଏଭଳି ସଂକଟ ସମୟରେ ତାଙ୍କ ଦ୍ୱାରା ଯାହା ସମ୍ଭବ ସେ ସବୁ କରିବେ। ଜଣାଇଦେବାକୁ ଚାହୁଁ ଯେ ବରୁଣ ଏ ସବୁ ପବ୍ଲିକ୍ ସର୍ଭିସ ୱେଲଫେୟାର୍ ଟ୍ରଷ୍ଟ ମାଧ୍ୟମରେ କରିବେ। ବରୁଣଙ୍କ ଏଭଳି ପଦକ୍ଷେପ  ପାଇଂ ସୋଶାଲ୍ ମିଡିଆରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି।



from Odisha Reporter https://ift.tt/2US6wMV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages