ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍କ୍ୟାୟ ବିନେଟ ବୈଠକ ବସିଥିଲା। ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବିଶେଷ କରି ବୈଠକରେ ଗୁରୁତ୍ୱପୂର୍ଣ୍ଣ ତଥା ଏପ୍ରିଲ ୩୦ ଯାଏ ଲକ୍ ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ସେହିପରି ଏପ୍ରିଲ ୩୦ ଯାଏ ଲକ୍ ଡାଉନ ବୃଦ୍ଧି ପାଇଁ କେନ୍ଦ୍ରକୁ ସୁପାରିଶ କରାଯାଇଛି। ଏହି ଏପ୍ରିଲ ୩୦ ଯାଏ ଟ୍ରେନ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ କରାଯିବ।
ବିଶେଷ କରି କରୋନା ପାଇଁଆସନ୍ତା ଏପ୍ରିଲ ୧୪ ତାରିଖରେ ୨୧ଦିନିଆ ଲକ୍ଡାଉନ୍ ଅବଧି ସରୁଥିବା ବେଳେ ବିଭିନ୍ନ ରାଜ୍ୟ ମୁଖ୍ୟ ଏବଂ ବିଶେଷଜ୍ଞମାନେ ଲକ୍ଡାଉନ୍ ଅବଧି ବଢ଼ାଇବାପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ। ତେଣୁ ସରକାର ଲକ୍ଡାଉନ୍ ଅବଧି ବଢ଼ାଇବା ନେଇ ବିଚାର କରୁଥିବା ସରକାରୀ ସୂତ୍ରରୁ ଜଣାପଡ଼ିଥିଲା । ଗତକାଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରି ଦେଶରେ କରୋନା ନିୟନ୍ତ୍ରଣ ପାଇଁ ଲକ୍ଡାଉନ୍ ଅବଧି ବଢ଼ାଇବାକୁ କହିଥିଲେ।
ଲକ୍ଡାଉନ୍ ହଟିଲେ ଦେଶରେ ଅନେକ ଜୀବନହାନି ହେବ ବୋଲି ଶ୍ରୀ ରାଓ କହିଥିଲେ। ତାଙ୍କ ପୂର୍ବରୁ ଉତ୍ତରପ୍ରଦେଶ ସରକାର ବି ୧୪ ତାରିଖରେ ଲକ୍ଡାଉନ୍ ହଟିବନି ବୋଲି ପୂର୍ବରୁ ସୂଚାଇ ଦେଇଥିଲେ। ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ଆଜି କହିଥିଲେ ଯେ, ଲକ୍ଡାଉନ୍ର ଶେଷ ସପ୍ତାହ ଅତ୍ୟନ୍ତ ଚିନ୍ତାଜନକ। କରୋନା ଭାଇରସ୍ ବ୍ୟାପିବା ତଥ୍ୟକୁ ଆଧାର କରି ସରକାର କିଛି ନିଷ୍ପତ୍ତି ନେବେ। ତେବେ ସରକାର ଯେ କୌଣସି ନିଷ୍ପତ୍ତି ନେଲେ ବି ସମସ୍ତ ଲୋକେ ଏହାକୁ ମାନିନେବାପାଇଁ ନାଇଡ଼ୁ ଅନୁରୋଧ କରିଥିଲେ।
from Odisha Reporter https://ift.tt/3aQXvJA
No comments:
Post a Comment