ସାବଧାନ; ବିନା କାରଣରେ ଗାଡ଼ିରେ ବୁଲିଲେ ଗଣିବ ତଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ସାବଧାନ; ବିନା କାରଣରେ ଗାଡ଼ିରେ ବୁଲିଲେ ଗଣିବ ତଣ୍ଡ

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): କୌଣସି କାରଣ ନ ଥାଇ ଘରୁ ଗାଡ଼ି କାଢି ବୁଲିଲେ ଜରିମାନା ଦେବାକୁ ପଡ଼ିବ। ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ଜାରି ହୋଇଥିବା ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ବିନା କାରଣରେ ଘରୁ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡ଼ି ଧରି ବୁଲାବୁଲି କରୁଥିଲେ, ଜରିମାନା ଦେବାକୁ ପଡିବ। ଏପିଡେମିକ ଡିଜିଜ ଆକ୍ଟ ୧୮୯୭ ଏବଂ ଓଡିଶା କୋଭିଡ୍-୧୯ ନିୟାମକ ଆଇନ ୨୦୨୦ ଅନୁଯାୟୀ ଜରିମାନା ଆଦାୟ ନେଇ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ଦିନ ଖୋର୍ଦ୍ଧା ଜିଲ୍ଲାକୁ କରୋନା ହଟ୍‌ସ୍ପଟ୍‌ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା। ସେହିପରି କ୍ଲଷ୍ଟର ହଟ୍‌ସ୍ପଟ୍‌ ଜିଲ୍ଲା ତାଲିକାରେ ଭଦ୍ରକ ରହିଥିଲା। ଏହାବ୍ୟତୀତ  ଅଣ ହଟ୍‌ସ୍ପଟ୍‌ ତାଲିକାରେ ଓଡ଼ିଶାର ୭ ଜିଲ୍ଲା ରହିଥିଲା । ସେହି ଜିଲ୍ଲାଗୁଡ଼ିକ ହେଲା- କଟକ, ଢେଙ୍କାନାଳ, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ ଓ ସୁନ୍ଦରଗଡ଼।

ସୂଚନାଯୋଗ୍ୟ, ଆମ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ସୁସ୍ଥ ହୋଇଛନ୍ତି ଓ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/34INOut

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages