ପଶୁପକ୍ଷୀଙ୍କୁ କରୋନା ଡର, ଚିଡ଼ିଆଖାନାରେ ଆଣ୍ଟି ଭାଇରସ୍ ମେଡିସିନ୍ ସିଞ୍ଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ପଶୁପକ୍ଷୀଙ୍କୁ କରୋନା ଡର, ଚିଡ଼ିଆଖାନାରେ ଆଣ୍ଟି ଭାଇରସ୍ ମେଡିସିନ୍ ସିଞ୍ଚନ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ବିଦେଶରେ ବାଘ ଏବଂ କୁକୁରଙ୍କ ଶରୀରରେ କୋଭିଡ ୧୯ ଭାଇରସ ସଂକ୍ରମଣ ଖବର ପ୍ରସାରଣ ପରେ  ଏବେ ପଶୁପକ୍ଷୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହେଲାଣି ।

ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଏବେ ଇନ୍ଦିରା ଗାନ୍ଧୀ ପାର୍କରେ ଥିବା ଚିଡିଆଖାନା ଚିନ୍ତା ଘାରିଛି। ଚିଡ଼ିଆଖାନାରେ ଥିବା ପଶୁପକ୍ଷୀ , ଜୀବଜନ୍ତୁ ଯେପରି କୋଭିଡ ୧୯ ଭାଇରସର ଶିକାର ନ ହୁଅନ୍ତି, ସେଥିଲାଗି ଉଦ୍ୟମ ଚାଲିଛି। ପ୍ରତିଦିନ ଜୁ ଏରିଆରେ ଏକ ଆଣ୍ଟି ଭାଇରସ୍ ମେଡ଼ିସିନ ସିଞ୍ଚନ କରାଯିବା ସହ କିଭଳି ସଂକ୍ରମଣ ନ ବ୍ୟାପିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି।

କରୋନା ବ୍ୟାପିବା ଆଶଙ୍କାରେ ପୂର୍ବରୁ ରାଜ୍ୟର ସବୁ  ଚିଡ଼ିଆଖାନାକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରିଦିଆଯାଇଛି । ଏବେ ବିଦେଶରେ ବାଘଙ୍କୁ କରୋନା ହେବା ସ୍ପଷ୍ଟ ହେବା ପରେ ରାଉରକେଲା ଚିଡିଆଖାନାରେ ମେଡ଼ିସିନ୍ ସ୍ପ୍ରେ କରାଯାଇ ସାନିଟାଇଜ୍ କରାଯାଉଛି। ସଂକ୍ରମଣ ଆଶଙ୍କା ଏଡ଼ାଇବାକୁ  ଚିଡିଆଖାନା କର୍ତ୍ତୃପକ୍ଷ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।



from Odisha Reporter https://ift.tt/34m48Bh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages