ସିଲ୍‌ ହୋଇଥିବା ଅଞ୍ଚଳରେ ଫଳ, ପରିବା, ଗ୍ରସରୀ ପହଞ୍ଚାଉଛି ବିଏମସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 7, 2020

ସିଲ୍‌ ହୋଇଥିବା ଅଞ୍ଚଳରେ ଫଳ, ପରିବା, ଗ୍ରସରୀ ପହଞ୍ଚାଉଛି ବିଏମସି

ଭୁବନେଶ୍ୱର (ଓଡିଶା ରିପୋର୍ଟର) : କରୋନା ସଂକ୍ରମଣ ପରେ ଭୁବନେଶ୍ୱରର କିଛି ଅଞ୍ଚଳକୁ  ସିଲ୍ କରି ଦିଆଯାଇଛି।  ଏହି  ସମୟରେ ଉକ୍ତ ଅଞ୍ଚଳବାସୀଙ୍କୁ ଘରୁ ବାହାରିବାକୁ ବାରଣ କରାଯାଉଥିବା ବେଳେ ସେମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଉଛି ବିଏମସି ।

ଭୁବନେଶ୍ୱରର ସୂର୍ଯ୍ୟନଗରରେ  ଆଠ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ପୂରା ସିଲ୍ କରିଦିଆ ଯାଇଛି। ଏହାପରେ ସେଠାକାର ଲୋକ ଯେପରି କୌଣସି ଅସୁବିଧା ନ ଭୋଗନ୍ତି ସେଠାକୁ  ଗ୍ରୋସରୀ, ପରିବା ଓ ଗୋଟିଏ ଅଣ୍ଡା ୟୁନିଟ ପଠାଯାଇ ଆବଶ୍ୟକ ମୁତାବକ ସାମଗ୍ରୀ ଲୋକଙ୍କୁ ବଣ୍ଟନ କରାଯାଉଛି।

ସେହିପରି ବମିଖାଲ କଣ୍ଟେନମେଣ୍ଟ ଏରିଆରେ ସମୁଦାୟ ୧୯ଜଣ କରୋନା ପଜିଟିଭ ଚି଼ହ୍ନଟ ହେବା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ସେଠାରେ ପରିବା,  ଗ୍ରୋସରୀ,  କ୍ଷୀର ବ୍ୟତୀତ ବିଏମସି ପକ୍ଷରୁ  ଫଳ ଓ ଅଣ୍ଡା ୟୁନିଟ ପଠାଯାଇ ବଣ୍ଟନ କାର୍ଯ୍ୟ କରାଯାଉଛି।

ଆଜାଦ ନଗର ଓ ଯଦୁପୁର ଅଞ୍ଚଲରେ ବି କରୋନା ଆକ୍ରାନ୍ତ ଥିବା ଚି଼ହ୍ନଟ ହେବା ପରେ  ବିଏମସି ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ କରାଯାଇ  ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଉଛି । ଏସବୁ ଅଞ୍ଚଳ ସମେତ କପିଳ ପ୍ରସାଦ ଓ ମଧୁସୂଦନ ନଗର ଅଞ୍ଚଳରେ ମଧ୍ୟ  କରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହେବା ପରେବିଏମ୍‌ସି ପକ୍ଷରୁ ସେଠାରେ  ବିଶୋଧୀକରଣ କାର୍ଯ୍ୟ କରାଯାଇଛି ।



from Odisha Reporter https://ift.tt/3aYrdN2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages