ସୋପୋରରେ ଏନକାଉଣ୍ଟର, ଜୈଶ-ଏ-ମହମ୍ମଦର କମାଣ୍ଡର ନିପାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ସୋପୋରରେ ଏନକାଉଣ୍ଟର, ଜୈଶ-ଏ-ମହମ୍ମଦର କମାଣ୍ଡର ନିପାତ

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର କମାଣ୍ଡର ସଜଦ ଦରକୁ ନିପାତ କରିଛନ୍ତି ସୁରକ୍ଷାବଳ। ଜମ୍ମୁ କଶ୍ମୀରର ବାରମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ବିଳମ୍ୱିତ ରାତିରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋପର ଜିଲ୍ଲାର ଜଣେ ପୁଲିସ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ମଙ୍ଗଳବାର ରାତିରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ କଶ୍ମୀରର ଉତ୍ତରରେ ଥିବା ସୋପୋରର ଆରାମପୋରା ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ସୁରକ୍ଷାବଳ। ବୁଧବାର ସକାଳେ ଆତଙ୍କବାଦୀ ମାନେ ସୁରକ୍ଷାବଳ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ଯବାନମାନେ କଡ଼ା ଜବାବ ଦେଇଥିଲେ। ମୃତ ଆତଙ୍କବାଦୀ ପାଖରୁ ଏକ ରାଇଫଲ ବନ୍ଧୁକ, ୩ ଏକେ ମାଗାଜିନ ଏବଂ ୫୯ ରାଉଣ୍ଡ ଗୁଳି ଜବତ ହୋଇଥିବା ଉତ୍ତର କଶ୍ମୀର ରେଞ୍ଜର ଡିଆଇଜି ସୁଲେମାନ୍ ଚୌଧୁରୀ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2VcrUvf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages