ଭାରତର ସାହାଯ୍ୟକୁ ଭୁଲି ହେବନି: ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ଭାରତର ସାହାଯ୍ୟକୁ ଭୁଲି ହେବନି: ଟ୍ରମ୍ପ

ଓ୍ୱାଶିଂଟନ: ମହାମାରୀ କରୋନାର ମୁକାବିଲା ପାଇଁ ଆମେରିକା ମାଗିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ)କୁ ଭାରତ ପଠାଇବ ବୋଲି ଅନୁମତି ଦେଇଛି। ଏହାକୁ ନେଇ ଭାରତକୁ ଧନ୍ୟବାଦ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବୁଧବାର ଟୁଇଟ୍ କରି ଟ୍ରମ୍ପ କହିଛନ୍ତି ‘ଭାରତ ପ୍ରତି ମୁଁ ମୋର କୃତଜ୍ଞତା ଜ୍ଞାପନ କରୁଛି। ଭାରତର ସାହାଯ୍ୟକୁ କେବି ଭୁଲି ହେବନି। ଏଭଳି ସହଯୋଗ କରି ଭାରତ ମାନବିକତାର ପରିଚୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟଙ୍କୁ ମୁଁ ଧନ୍ୟବାଦ ଦେଉଛି’।

ଗତ ଶନିବାର ମୋଦି ଏବଂ ଟ୍ରମ୍ପ ଫୋନରେ କଥା ହୋଇଥିଲେ। କରୋନା ମୁକାବିଲା ନେଇ ଦୁଇ ଦେଶ ପରସ୍ପରକୁ ସହଯୋଗ କରିବେ ବୋଲି ନିଷ୍ପତ୍ତି ନେଇଥିଲେ ଏହି ଦୁଇ ପ୍ରମୁଖ ନେତା। ଏହାପରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ପଠାଇବା ପାଇଁ ମୋଦିଙ୍କୁ କହିଥିଲେ ଟ୍ରମ୍ପ। ଭାରତ ଯଦି ଏଭଳି ସମୟରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ନପଠାଇବ ତାହେଲେ ସମାନ ଆଶା ଭାରତ ମଧ୍ୟ ଆମେରିକା ପାଖରୁ ରଖିବା ଉଚିତ୍ ବୋଲି ଟ୍ରମ୍ପ କହିଥିଲେ। ଏହି ଔଷଧ କରୋନାର ପ୍ରତିଷେଧକ କିମ୍ୱା ଔଷଧ ନୁହେଁ। ହେଲେ କିଛି ଆକ୍ରାନ୍ତ ଏହି ଔଷଧରେ ସୁସ୍ଥ ହେଉଛନ୍ତି।

ଏହାପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ରପ୍ତାନୀ ଉପରେ ଯେଉଁ ରୋକ୍ ଲଗାଇଥିଲା ତାହାକୁ କିଛି ସର୍ତ୍ତ ଆଧାରରେ ପ୍ରତିବନ୍ଧକ ହଟାଇଛି। ପଡ଼ୋଶୀଙ୍କୁ ସହଯୋଗ ଏବଂ ମାନବିକତାକୁ ପ୍ରାଥମିକତା ଦେଇ ଭାରତ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବ ବୋଲି କହିଛି। ଭାରତ ପଠାଇବ ବୋଲି କହିବା ପରେ ଆମେରିକାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ମୋଦିଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ। ମୋଦି ମହାନ ଏବଂ ଜଣେ ଭଲ ନେତା ବୋଲି ଡୋଲାଲ୍ଡ ଟ୍ରମ୍ପ କହିଥିଲେ।

ସୂଚନାଯୋଗ୍ୟ, ଆମେରିକାରେ ବଢ଼ିଚାଲିଛି ମହାମାରୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। ୨୪ ଘଣ୍ଟାରେ ୧,୯୪୦ ଜଣଙ୍କର ମୃତ୍ୟୁ ଘଟିଛି।



from Odisha Reporter https://ift.tt/2RojOi7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages