ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 19, 2020

ଯୌତୁକ ପାଇଁ ଝିଅକୁ ହତ୍ୟା ଅଭିଯୋଗ

ଭଦ୍ରକ (ପାର୍ଥ ସାରଥୀ ନାୟକ): ମନରେ ଅସୁମାରୀ ସ୍ୱପ୍ନ ନେଇ ନୂଆ ଜୀବନରେ ପାଦ ଥାପିଥିଲେ। ବାପ ଘରକୁ ପର କରି ଶାଶୂ ଘରକୁ  ନିଜର କରିଥିଲେ।  ହେଲେ ଯୌତୁକ ରୂପକ ରାକ୍ଷସ ଆଗରେ ସବୁ ସ୍ୱପ୍ନ ଚୁରମାର ହୋଇଗଲା।

ମାତ୍ର ୩ ମାସ ପୂର୍ବେ ବିବାହ କରିଥିବା ନବବଧୂକୁ ଶାଶୂ ଘରେ ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି l ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି ନାରାୟଣପୁର ଗାଁରେ ଏପରି ଏକ ଘଟଣା ଘଟିଥିବା ଜଣାଯାଇଛି।

ମୃତା ମହିଳାଜଣକ ହେଲେ ଦେବଦୀପ ପଣ୍ଡାଙ୍କ ପତ୍ନୀ ପ୍ରତିମା ଷଡ଼ଙ୍ଗୀ।  ଜାନୁୟାରୀ ୧୭ରେ ସେମାନଙ୍କ  ବିବାହ ହୋଇଥିଲା । କିନ୍ତୁ ବିବାହ ପରଠୁ  ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ  ପାଇଁ ଦାବି କରିଆସୁଥିବା ମୃତା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପ୍ରତିମାଙ୍କ ବାପଘର ଲୋକଙ୍କ କହିବା ଅନୁଯାୟୀ,  କିଛିଦିନ ପୂର୍ବେ ଶାଶୂ ଘର ଲୋକେ ପ୍ରତିମାଙ୍କୁ ଛାତରୁ ଠେଲି ଦେଇଥିବା ବେଳେ ସୌଭାଗ୍ୟବଶତଃ ସେ  ବଞ୍ଚି ଯାଇଥିଲେ। ଭଦ୍ରଲୋକଙ୍କ ଉପସ୍ଥିତିରେ ଘଟଣାର ସମାଧାନ ହୋଇଥିଲା । ତେବେ ମୃତ୍ୟୁ ପୂର୍ବରୁ ନିଜ ଜୀବନ ପ୍ରତି ବିପଦ ଥିବା ଫୋନ ଯୋଗେ ସେ  ଘରଲୋକଙ୍କୁ ଜଣାଇଥିଲେ ।

ଗତକାଲି  ଝିଅ ଦେହ ଖରାପ ଥିବା ଖବର ପାଇ  ପରିବାର ଲୋକେ ପହଞ୍ଚି ପ୍ରତିମାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲେ ।  ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଝିଅକୁ  ଯୌତୁକ  ପାଇଁ  ହତ୍ୟା  କରାଯାଇଥିବା ପ୍ରତିମାଙ୍କ ମାଆ ଧାମନଗର ଥାନାରେ  ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୁଲିସ ମୃତ ମହିଳାଙ୍କ ଶଶୁରଙ୍କୁ କାଲି ରାତିରେ  ଅଟକ ରଖିଥିବା ବେଳେ ସ୍ୱାମୀ ଓ ପରିବାର ଲୋକେ ଫେରାର ଅଛନ୍ତି।



from Odisha Reporter https://ift.tt/34NwkNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages