ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଜଣଙ୍କ ନାବାଳିକାଙ୍କୁ ଚକ୍ଲେଟ୍ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ରମେଶ ଦାସକୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ, ରମେଶ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଏକୁଟିଆ ଭଡ଼ାରେ ରହୁଥିଲେ। ତାଙ୍କ ପରିବାର ଲୋକେ ଗାଁରେ ରହୁଥିଲେ। ଗତକାଲି ରମେଶ ଘର ପାଖରେ ରହୁଥିବା ଛୋଟ ଝିଅଟିକୁ ଚକ୍ଲେଟର ଲୋଭ ଦେଖାଇ ଘର ଭିତରକୁ ଡାକି ନେଇ ଦୁଷ୍କର୍ମ କରିଥିଲେ।।
ଝିଅଟି କାନ୍ଦି କାନ୍ଦି ଘରେ ଏ ସମ୍ପର୍କରେ କହିବାପରେ ପରିବାର ପକ୍ଷରୁ ପ୍ଲାଣ୍ଟସାଇଟ ଥାନାରେ ରବିବାର ସନ୍ଧ୍ୟାରେ ଅଭିଯୋଗ କରାଯାଇଥିଲା।
ପୁଲିସ୍ ଆଜି ସକାଳେ ଅଭିଯୁକ୍ତ ରମେଶକୁ ଗିରଫ କରି ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/3alO3gc
No comments:
Post a Comment