ମୁମ୍ବାଇ: ଭାରତ ସମେତ ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ସହିତ ଲଢ଼େଇ କରୁଛି। ଦିନକୁ ଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ସହ ହାତ ମିଶାଇଛନ୍ତି ବିଭିନ୍ନ ବର୍ଗର ଲୋକ। ଅନ୍ୟମାନଙ୍କ ଭଳି ବଲିଉଡ୍ ସେଲେବ୍ରିଟିମାନେ ନିଜ କ୍ଷମତା ଅନୁଯାୟୀ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
ନିକଟରେ ଅଭିନେତା ଶାହରୁଖ ଖାନ୍ ଓ ତାଙ୍କ ପତ୍ନୀ ଗୌରୀ ଖାନ୍ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)କୁ ସେମାନଙ୍କ କାର୍ଯ୍ୟାଳୟ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା ଏହାକୁ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଇପାରିବ। ଶାହାରୁଖଙ୍କ ପରେ ବର୍ତ୍ତମାନ ଅଭିନେତା ତଥା ବ୍ୟବସାୟୀ ସଚିନ ଯୋଶୀ ତାଙ୍କର ୩୬ ରୁମ୍ ବିଶିଷ୍ଟ ହୋଟେଲକୁ ବିଏମସିକୁ ଦେଇଛନ୍ତି। ଫଳରେ ଏହାକୁ ଏକ କ୍ୱାରେଣ୍ଟାଇନ୍ ସେଣ୍ଟର ଭାବେ ବ୍ୟବହାର କରାଯାଇପାରିବେ। ଏହି ହୋଟେଲର ନାମ ‘ବିଟଲ୍’। ଏହା ମୁମ୍ବାଇର ପୱଇ ଅଞ୍ଚଳରେ ରହିଛି।
କରୋନା ମୁକାବିଲା ପାଇଁ ଆମ ଦେଶ ଏବେ ଲକ୍ଡାଉନ୍ ଥିବା ବେଳେ ଯାତ୍ରୀବାହୀ ବିମାନ ଚଳାଚଳ ବି ବନ୍ଦ ରହିଛି। ସେଥିପାଇଁ ଦୁବାଇରେ ଫସି ଯାଇଛନ୍ତି ସଚିନ। ତେବେ ଦେଶ ବାହାରେ ଥିଲେ ବି ମଧ୍ୟ ବିପଦ ସମୟରେ ଦେଶବାସୀଙ୍କ ସେବା କରିବାକୁ ଭୁଲି ନହାଁନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ଭାରତରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି ଏତେ ମଜବୁତ ନୁହେଁ। ଏଠାରେ ପର୍ଯ୍ୟାପ୍ତ ଡାକ୍ତରଖାନା ଏବଂ ବେଡ୍ ନାହିଁ। ଆମ ହୋଟେଲକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରିବା ପାଇଁ ବିଏମ୍ସି ପ୍ରସ୍ତାବ ଦେଇଥିଲା। ସେମାନଙ୍କ ପ୍ରସ୍ତାବରେ ଆମେ ସଙ୍ଗେ ସଙ୍ଗେ ହଁ ଭରିଥିଲୁ।”
ସଚିନ ଆହୁରି କହିଛନ୍ତି ଯେ ବିଏମସି କ୍ରମାଗତ ଭାବରେ ହୋଟେଲ୍ ବିଲ୍ଡିଂ ଓ ରୁମଗୁଡ଼ିକୁ ସାନିଟାଇଜ୍ କରୁଛି। ଏହା ବ୍ୟତୀତ ହୋଟେଲର ସମସ୍ତ କର୍ମଚାରୀଙ୍କୁ ଆବଶ୍ୟକ ସାମଗ୍ରୀ ମଧ୍ୟ ଦିଆଯାଇଛି।
from Odisha Reporter https://ift.tt/34nxIq6
No comments:
Post a Comment