ନୋବେଲ ବିଜେତା ବୈଜ୍ଞାନିକଙ୍କ ଦାବି, କରୋନା ଲ୍ୟାବରୁ ତିଆରି ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

ନୋବେଲ ବିଜେତା ବୈଜ୍ଞାନିକଙ୍କ ଦାବି, କରୋନା ଲ୍ୟାବରୁ ତିଆରି ହୋଇଛି

ଲଣ୍ଡନ: କରୋନା ଭାଇରସ ଚାଇନାର ଉହାନର ଲ୍ୟାବରୁ ତିଆରି ନା ପଶୁ ପକ୍ଷୀଙ୍କ ଦ୍ୱାରା ସଂକ୍ରମିତ ଏ ନେଇ ଅନେକ ଗବେଷକ ମତ ରଖୁଛନ୍ତି। ହେଲେ ଏବେ ଫ୍ରାନ୍ସର ନୋବେଲ ବିଜେତା ବୈଜ୍ଞାନିକ ଲୁକ ମୋନଟାଗନିୟର କୋଭିଡ-୧୯ର ସୃଷ୍ଟିକୁ ନେଇ ଏକ ମତ ରଖିଛନ୍ତି। ଯାହାକି ବତର୍କକୁ ଆହୁରି ବଢ଼ାଇଛି। ସେ କହିଛନ୍ତି କରୋନା ଭାଇରସ ଲ୍ୟାବରୁ ତିଆରି ହୋଇଛି। ଏଡସ ପାଇଁ ଭେକସିନ୍ ବାହାର କରିବାକୁ ଯାଇ ଏଭଳି ଭାଇରସ ଲ୍ୟାବରୁ ତିଆରି ହୋଇଛି ବୋଲି ସେ ଦାବି କରିଛନ୍ତି।

ଫ୍ରେଞ୍ଚର ସିନ୍ୟୁଜ୍ ଚ୍ୟାନେଲକୁ ନୋବେଲ ବିଜେତା ବୈଜ୍ଞାନିକ ଲୁକ ମୋନଟାଗନିୟର ପୋଡକାଷ୍ଟ ସାକ୍ଷାତକାର ବେଳେ ଏଭଳି ମତ ରଖିଛନ୍ତି । ଏଡସ ଭାଇରସକୁ ଖୋଜି ବାହାର କରିବାରେ ଲୁକ୍ ମୋନ୍ଟାଗନିୟରଙ୍କର ପ୍ରମୁଖ ଭୂମିକା ରହିଛି। ଏଡସ ଭାଇରସରେ ଯେଉଁ ମୌଳିକ ଉପାଦାନ ରହିଛି ସମାନ ଅପାଦାନ କରୋନାଭାଇରସରେ ରହିଛି। ଯାହାକୁ ‘ମାଲେରିଆ ଜୀବାଣୁ’ ବୋଲି ଏସିଆ ଟାଇମ୍ସରେ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି। ଏହି ମୌଳିକ ଉପାଦାନ ଖୁବଶୀଘ୍ର ସଂକ୍ରମିତ ହୁଏ ବୋଲି ସେଥିରେ ଉଲ୍ଲେଖ ରହିଛି।

ଉହାନରେ ଥିବା ଜାତୀୟ ଭିରୋଲଜି ଲ୍ୟାବରେ ଏହି ଭଳି ସଂକ୍ରମଣର ପରୀକ୍ଷା ହୁଏ ବୋଲି ୨୦୦୦ ମସିହାରୁ ଜଣାପଡ଼ିଛି। ନିକଟରେ ବ୍ରିଟେନର ଡେଲି ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ଥିଲା ଚାଇନାପ ସରକାରୀ ଖବର କାଗଜ ଅନୁଯାୟୀ କରୋନାର ମୂଳ ଭାଇରସ SARS ୨୦୦୦ ମସିହାରେ ଉହାନର ଭିରୋଲଜି ଲ୍ୟାବରୁ ଲିକ୍ ହୋଇଥିଲା। ଏଥିରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା।

ନିକଟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫକ୍ସ ନ୍ୟୁଜର ଏକ ରିପୋର୍ଟକୁ ନେଇ କହିଥିଲେ, ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିରୁ କୈଣସି ଅନ୍ୟ କାମ କରୁଥିବା ବେଳେ ଏହି କରୋନା ଭାଇରସ୍ ହଠାତ୍ ଲିକ୍ ହୋଇଥାଇପାରେ।

ଏଡସ୍ ଭାଇରସ ଚିହ୍ନଟ ପାଇଁ ପ୍ରଫେସର ମୋନ୍ଟାଗନିୟରଙ୍କୁ ୨୦୦୮ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କ ସହିତ ପ୍ରଫେସର ଫ୍ରାଙ୍କୋଇସ୍ ବାରେ-ସିନୋସିଙ୍କ ମଧ୍ୟ ନୋବେଲ ପୁରସ୍କାର ପାଇଥିଲେ।



from Odisha Reporter https://ift.tt/3eB4hW0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages