କାଲିଠୁ ଅଫିସ୍‌ ଆସିବେ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 18, 2020

କାଲିଠୁ ଅଫିସ୍‌ ଆସିବେ ସମସ୍ତ ଗ୍ରୁପ ‘ଏ’ ଅଧିକାରୀ

ଭୁବନେଶ୍ୱର( ଓଡିଶା ରିପୋର୍ଟର): କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ ଏ ଅଧିକାରୀ । ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ। ୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି ଓ ଡିର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। ଏହି ୯ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।

ସେହିପରି ଆସନ୍ତାକାଲିଠୁ ସମସ୍ତ ଷ୍ଟାମ୍ପ ଭେଣ୍ଡରକୁ କାର୍ଯ୍ୟକ୍ଷମ କରାଯିବ। ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର ୟୁନିଟ୍ ଓ କ୍ୱାରି ଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ତେବେ ଏସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି।

 



from Odisha Reporter https://ift.tt/3bmI7F3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages